ଅପରାଧ

ବ୍ଲକିଂ ବେଳେ ଥାନା ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା: ବନ୍ଧାହେଲେ ୩ କାର୍‌ ଜବତ – Kalinga News

[ad_1]

ଭୁବନେଶ୍ବର: ଡ୍ରଙ୍କେନ୍‌ ଡ୍ରାଇଭିଂ ଯାଞ୍ଚ କଲା ବେଳେ ଚାଳକ ମଦ ପିଇଥିବା ଜଣାପଡ଼ିଲା। ତେଣୁ ପୁଲିସ ଚାଳକ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବସିଲା। ଏତିକିରେ କାର୍‌ରେ ଥିବା ଅନ୍ୟ ୨ ଯୁବକ ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ସେମାନେ କାର୍‌ରୁ ବାହାରି ଆସି ଯାଞ୍ଚ କରୁଥିବା ପୁଲିସ ଅଧିକାରୀଙ୍କୁ ଗାଳିମନ୍ଦ କଲେ। ଥାନା ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କଲେ। କିନ୍ତୁ ମଦ ନିଶାରେ ଚୁର୍‌ ଯୁବକମାନେ ବୁଝିବା ସ୍ଥିତିରେ ନଥିଲେ। ଜଣେ ଯୁବକ ଥାନା ଅଧିକାରୀଙ୍କ କାନକୁ ଲକ୍ଷ୍ୟ କରି ଶକ୍ତ ଚାପୁଡ଼ା ମାରିଥିଲା। ଫଳରେ ଥାନା ଅଧିକାରୀ ଆହତ ହୋଇଥିଲେ। ଗତକାଲି ରାତିରେ ଖାରବେଳନଗର ଅଞ୍ଚଳରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କାର୍‌କୁ ଜବତ କରିବା ସହ ୩ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବମିଖାଲ ମହେନ୍ଦ୍ରଦେବ ଟାୱାରରେ ରହୁଥିବା ଅନୁଗୁଳ ଟାଉନ୍‌ର ହିମାଂଶୁ ଶେଖର ଖୁଣ୍ଟିଆ(୩୦), ଆଶୁତୋଷ ଖୁଣ୍ଟିଆ(୨୫) ଓ ବମିଖ‌ାଲ ଗ୍ଲିମ୍ପ୍‌ସେସ୍‌ ପ୍ୟାଲେସ୍‌ରେ ରହୁଥିବା କନ୍ଧମାଳ ବାଲିଗୁଡ଼ା ଅଞ୍ଚଳର ଟି. ଅଙ୍କିତ କୁମାର(୩୦)।

ପୁଲିସ ସୂଚନାନୁସାରେ ଗତକାଲି ରାତି ପ୍ରାୟ ୧ଟା ବେଳେ ଖାରବେଳନଗର ଥାନାର ଥାନାଧିକାରୀ ତାଙ୍କ ଟିମ୍‌ ନେଇ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଡ୍ରଙ୍କେନ୍‌ ଡ୍ରାଇଭିଂ ଧରପଗଡ଼ କରୁଥିଲେ। ଏହି ସମୟରେ ରାଜମହଲ ଛକ ପଟୁ ଏକ ସ୍ବିଫ୍‌ଟ୍‌ ଡିଜାୟାର୍‌ କାର୍‌ ଦ୍ରୁତଗତିରେ ଆସୁଥିବା ଦେଖାଯାଇଥିଲା। ଚାଳକ ବି ବଡ଼ ବେପରୁଆ ଭାବେ ଚଳାଉଥିଲା। ତେଣୁ ପୁଲିସ କାର୍‌କୁ ଅଟକାଇଥଲା। ବିପଜ୍ଜନକଭାବେ କାର୍‌ ଚଳାଉଥିବା ଚାଳକକୁ ପୁଲିସ ବଡ଼ କଷ୍ଟରେ ଅଟକାଇଥିଲା। ଚାଳକକୁ ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କଲାବେଳେ ସେ ମଦ ପିଇଥିବା ଜଣାପଡ଼ିଥିଲା। ତେଣୁ ପୁଲିସ ଚାଳକ ଉପରେ ଜରିମାନା ଧାର୍ଯ୍ୟ କରିବା ସହ ତା’ ଡ୍ରାଇଭିଂ ଲାଇସେନ୍‌ସ ଜବତ କରିବା ଲାଗି ଚାଳକକୁ ପୁଲିସ ଅଧିକାରୀ ମାଗିଲେ। ଏତିକିବେଳେ କାର୍‌ ଭିତରୁ ଅନ୍ୟ ୨ ଯୁବକ ବାହାରି ଆସି ପାଟିତୁଣ୍ଡ କଲେ। ବଚସା ବଢ଼ିବା ଦେଖି ଥାନା ଅଧିକାରୀ ସେମାନଙ୍କ ମଝିରେ ପଶି ବୁଝାସୁଝା କଲେ। ଏତିକିବେଳେ ଅଭିଯୁକ୍ତ ହିମାଂଶୁ ଥାନା ଅଧିକାରୀଙ୍କ କାନକୁ ଲକ୍ଷ୍ୟ କରି ଶକ୍ତ ଚାପୁଡ଼ା ମାରିଲା। ହଠାତ୍ ଏମିତି ଏକ ଘଟଣାରେ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବିସ୍ମିତ ହୋଇଯାଇଥିଲେ। ସେମାନେ ୩ ଜଣଙ୍କୁ ଘେରି କାବୁ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button