ରାଜନୀତି

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ଆଜିଠୁ ପ୍ରାର୍ଥିପତ୍ର ଦାଖଲ – Kalinga News

[ad_1]

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ (ଦେଶରେ ଷଷ୍ଠ ପର୍ଯ୍ୟାୟ) ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମେ’ ୨୫ରେ ନିର୍ବାଚନ ହେବ। ଏହି ସବୁ ଆସନରେ ଆସନ୍ତାକାଲି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ।

୬ଲୋକସଭା, ୪୨ ବିଧାନସଭା ଆସନରେ ମେ’୨୫ରେ ମତଦାନ
ଆଜିଠୁ ପ୍ରାର୍ଥିପତ୍ର ଦାଖଲ ମେ ୯ରେ ପ୍ରତ୍ୟାହାର

ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ଲକ୍ଷ ୪୧ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮,୨୬,୩୭୫ଜଣ ପୁରୁଷ ଏବଂ ୪୬,୧୪,୧୩୪ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି। ସୂଚନାଯୋଗ୍ୟ ‌ଯେ ଗତ ୨୬ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଏହା ୩ ତାରିଖ ପର୍ଯ୍ୟନ୍ତ ଚାଲିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button