ରାଜନୀତି

ଏନ୍‌ଆର୍‌ସି, ସିଏଏ କିମ୍ବା ୟୁସିସି ଲାଗୁ କରିବୁ ନାହିଁ: ମମତା – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ବିରୋଧ କରିଛନ୍ତି। ମମତା କହିଛନ୍ତି, ମୁଁ ଚାହେ ସବୁ ଧର୍ମର ସମାନତା ଓ ଆପଣଙ୍କ ସୁରକ୍ଷା। ପଶ୍ଚିମବଙ୍ଗରେ କୌଣସି ଏନ୍‌ଆର୍‌ସି, ସିଏଏ କିମ୍ବା ୟୁସିସି ଲାଗୁ ହୋଇ ପାରିବ ନାହିଁ। ପ୍ରତ୍ୟେକ ନାଗରିକଙ୍କର ନିଜର ଅଧିକାର ରହିଛି। କୋଲକାତାର ରେଡ୍ ରୋଡ୍‌ରେ ଇଦ୍ ନମାଜ ସମୟରେ ଏକ ସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ ଏହା କହିଛନ୍ତି। ସିଏଏ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବାର ଗୋଟିଏ ଦିନ ପରେ ମମତାଙ୍କଏହି ବୟାନ ଆସିଛି।

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଶାହ କହିଥିଲେ ଯେ ମମତା ଦିଦି ବଙ୍ଗଳାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ନେତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ପାଖେଇ ଆସିଲେ କିଛି ଲୋକ ଭୟ ସୃଷ୍ଟି କରିବାକୁ ଚାହୁଛନ୍ତି। ସେମାନେ ଏନ୍‌ଆଇଏ, ସିବିଆଇ, ଆଇଟି ଓ ଇଡିକୁ ବ୍ୟବହାର କରି ସମସ୍ତଙ୍କୁ ଗିରଫ କରିବାକୁ ଚାହୁଛନ୍ତି। ଭାରତର ଜନସଂଖ୍ୟା ୧୩୦ କୋ‌ଟି। ଆପଣ ସମସ୍ତଙ୍କୁ ଜେଲରେ ରଖିପାରିବେ କି ବୋଲି ମମତା ପ୍ରଶ୍ନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button