ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍: ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର – Kalinga News

[ad_1]
ଓଡ଼ିଶାରେ ଏଥର ପରିବର୍ତ୍ତନର ସ୍ବର
ଅନୁଗୁଳ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ସୁବିଧା ସହ ରୋଜଗାର ଉପଲବ୍ଧ କରାଇବା ପାଇଁ ଏଥର ଓଡ଼ିଶାରେ ସରକାର ବଦଳାଇବାକୁ ପଡ଼ିବ। ଏହି ପ୍ରକିୟା ଆଠମଲ୍ଲିକରୁ ଆରମ୍ଭ ହେବ ବୋଲି ଅନୁଗୁଳ ବ୍ଲକ୍ ଅନ୍ତୁଳିଆରେ ନିର୍ବାଚନ ପ୍ରଚାର କରି କହିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶନିବାର କହିଥିଲେ, ବିରୋଧୀମାନେ ବିକାଶକୁ ସହି ପାରୁ ନଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି। ହେଲେ ଓଡ଼ିଶାର ଗାଁରେ ପିଇବା ପାଣି ନାହିଁ। ଚାଷ ଜମିରେ ପାଣି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶିକାର। ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି?

Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଅସ୍ମିତା କଥା ଉଠାଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଅଛନ୍ତି। ତାଙ୍କ ରିମୋର୍ଟ କଣ୍ଟ୍ରୋଲ ଅଣଓଡ଼ିଆ ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି। ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଲୋକଙ୍କ କର ଖଜଣାରେ ଯେଉଁ ସରକାରୀ ବାବୁ ଦରମା ନେଇ ଓଡ଼ିଶାକୁ କବ୍ଜା କରିବାକୁ ଚାହୁଁଛନ୍ତି, ତାହା ବିରୁଦ୍ଧରେ ଜନମତ ହେବ। ଆମ ରାଜ୍ୟର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଆବଶ୍ୟକ। ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ବଞ୍ଚାଇବା ପାଇଁ ବିଜେପିକୁ ସମର୍ଥନ କରିବା ପାଇଁ ଧର୍ମେନ୍ଦ୍ର ନିବେଦନ କରିଥିଲେ। ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକପ୍ରିୟତା ଏବେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିର୍ବାଚନ ଯେତେ ପାଖେଇ ଆସିବ, ମୋଦୀଙ୍କ ପ୍ରତି ସମର୍ଥନ ସେତେମାତ୍ରାରେ ବୃଦ୍ଧି ପାଉଥିବ। ଲୋକସଭାକୁ ଏଥର ସର୍ବାଧିକ ଆସନ ଓଡ଼ିଶା ଦେବ। ବିଧାନସଭାରେ ପଟ୍ଟ ପରିବର୍ତ୍ତନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ସଭାରେ ଆଠମଲ୍ଲିକ ବିଧାନସଭା ପ୍ରାର୍ଥୀ ସଂଜୀବ ସାହୁ, ବିଧାୟକ ରମେଶ ସାଏ, ଅନୁଗୁଳ ବିଧାନସଭା ପ୍ରାର୍ଥୀ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ଅଗସ୍ତି ବେହେରା, ମହେଶ ଧଳ, ଭକ୍ତି ପ୍ରସାଦ ଦାସଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
[ad_2]