ଇଦରେ ସଲମାନଙ୍କୁ ଏହି କାମ କରିବାକୁ ମନା କଲେ ରାଖି – Kalinga News

[ad_1]
ମୁମ୍ବାଇ: ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟିଥିଲା। ୨ଅଭିଯୁକ୍ତ ଭୋର ସମୟରେ ଆସି ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଦୁଇ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସାଗର ପାଲକୁ ଗିରଫ କରାଯାଇଥିବା ବେଳେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏମଧ୍ୟରେ ବିବାଦୀୟ ରାଣୀ ଭାବେ ଲୋକପ୍ରିୟ ରାଖି ସାୱନ୍ତ, ସଲମାନଙ୍କୁ ଅନୁରୋଧ କରି ଏହି କାମ ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ, “ଏଭଳି ପରିସ୍ଥିତିରେ ଇଦରେ ସଲମାନ ଭାଇ ବାଲକୋନୀକୁ ଆସି ପ୍ରଶଂସକଙ୍କୁ ଭେଟିବା ଉଚିତ୍ ନୁହେଁ। ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଆସନ୍ତି। ଏହି ସମୟରେ କେହି ବି ତାଙ୍କ ଉପରେ ସହଜରେ ଆକ୍ରମଣ କରିପାରିବ।”
ଉଲ୍ଲେଖଯୋଗ୍ୟ, ଦୁଇଜଣ ଅଜ୍ଞାତ ଯୁବକ ଏପ୍ରିଲ ୧୪ରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ବୋଲି ଜଣାପଡ଼ିଥିଲା। ଏହି ଗୁଳିକାଣ୍ଡ ଘଟଣା ପଛରେ କାହାର ହାତ ଅଛି କି ଉଦ୍ଦେଶ୍ୟ ରଖି ଏ ଘଟଣା ଘଟାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଥିବା ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ନିଜକୁ ଦାୟୀ କରିଥିଲା । ଏଥିସହିତ ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଲେଖି ଚେତାବନୀ ଦେଇଥିଲା ।
ଏହା ପରେ ଅନମୋଲ ବିଷ୍ଣୌଇକୁ କ୍ରାଇମବ୍ରାଞ୍ଚ ପଳାତକ ତାଲିକାରେ ସାମିଲ କରି ଲୁକଆଉଟ ନୋଟିସ ଜାରି କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିିଥିଲା । ଏବେ କ୍ରାଇମବ୍ରାଞ୍ଚର ଅନୁରୋଧ ରକ୍ଷା କରି ଅନମୋଲ ବିଷ୍ଣୌଇ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି ।
[ad_2]