ମନୋରଞ୍ଜନ

କିଛି ବର୍ଷ ସାଥିରେ ରହିବା ପରେ ଏବେ ପରସ୍ପରଠାରୁ ଅଲଗା ହେଲେ ଶ୍ରୁତି-ସାନ୍ତନୁ ! – Kalinga News

[ad_1]

ମୁମ୍ବାଇ: ଦକ୍ଷିିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହସନ। ସେ ଅଭିନୟ କରିବା ସହ ଗୀତ ମଧ୍ୟ ଗାଇବାକୁ ପସନ୍ଦ କରନ୍ତି। ଅନେକ ସମୟରେ ତାଙ୍କ ପେସାଦାର ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୁଏ। ଅନେକ ସମୟ‌ରେ ସେ ନିଜ ପ୍ରେମିକ ସାନ୍ତନୁ ହଜାରିକାଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ।

ତେବେ କିଛି ମାସ ହେଲାଣି ସେ ସାନ୍ତନୁଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ଦୁହିଁଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବା ସହ ଫଟୋ ହଟାଇ ଦେଇଛନ୍ତି। ଏହାକୁ ଦେଖିବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା କୁହାଯାଉଛି।

 

View this post on Instagram

 

A post shared by Viral Bhayani (@viralbhayani)

ଗତବର୍ଷ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ସହ କଥା ହୋଇ ଶ୍ରୁତି ହସନ କହିଥିଲେ ଯେ, “ବିବାହ ଶବ୍ଦ ମୋତେ ବହୁତ ଭୟଭୀତ କରେ। ଏଥିରେ ବହୁତ କିଛି ଅଛି ଯେଉଁ କାରଣରୁ ମୁଁ ଏହା ବିଷୟରେ ଚିନ୍ତା କରିବାକୁ ଚାହେଁ ନାହିଁ। ମୁଁ ତାଙ୍କ ସହ ରହି ଖୁସି। ତାଙ୍କ ସହଯୋଗରେ ଭଲ କାମ କରୁଛି ଏବଂ ଆମେ ଏକତ୍ର ବହୁତ ଭଲ ସମୟ କାଟୁଛୁ। ଅଧିକାଂଶ ବିବାହ ଅପେକ୍ଷା ଏହା ଭଲ ନୁହେଁ କି? ଆମେ ପରସ୍ପର ପାଇଁ ଅଛୁ ଏବଂ କଠିନ ସମୟରେ ପରସ୍ପରକୁ ସମର୍ଥନ କରୁଛୁ। ସଂଘର୍ଷ କରୁଥିବା ସମୟରେ ତୁମ ସହ କେହି ଥିଲେ ବହୁତ ଭଲ ଲାଗେ। ଏକାକୀ ସବୁକିଛି ସାମ୍ନା କରିବା ଅପେକ୍ଷା ଏହା ଭଲ। ମୁଁ ଭାବୁଛି ଆମ ଭିତରେ ଯେଉଁଭଳି ସମ୍ପର୍କ ରହିଛି, ତା’ଠାରୁ ଭଲ କିଛି ହୋଇନପାରେ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button