ରାଜନୀତି

ମହାରାଷ୍ଟ୍ରର ବାରାମତୀରେ ହେବ ଭାଉଜ-ନଣନ୍ଦ ଲଢେଇ – Kalinga News

[ad_1]

ମୁମ୍ବାଇ : ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଗୋଷ୍ଠୀ) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ସୁନୀଲ ତଟକରେଙ୍କୁ ରାୟଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବାରାମତିରୁ ଟିକେଟ ଦିଆଯାଇଛି । ବାରାମତୀ ଆସନରେ ସେ ତାଙ୍କ  ନଣନ୍ଦ  ତଥା ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ସହ ମୁହାଁମୁହିଁ ହେବେ । ସେପଟେ ମହାଦେବ ଜାନକରଙ୍କୁ ପରଭାନୀ ଆସନରୁ ପ୍ରାର୍ଥୀ କରାଯାଇଛି।

ଅଜିତ ପାୱାର ଗୋଷ୍ଠୀର ପ୍ରାର୍ଥୀ ଘୋଷଣାର କିଛି ସମୟ ପୂର୍ବରୁ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏହାର ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

ସୁନେତ୍ର ପାୱାର ହେଉଛନ୍ତି ମହାରାଷ୍ଟ୍ର ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ । ସେ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ପ୍ରବେଶ କରୁଛନ୍ତି। ସୁନେତ୍ରା ନିଜେ ଜଣେ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ଭାଇ ପଦ୍ମସିଂହ ପାଟିଲ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲେ। ସୁନେତ୍ରଙ୍କର ଦୁଇ ପୁଅ ଜୟ ଏବଂ ପାର୍ଥ ପାୱାର ଅଛନ୍ତି । ସୁନେତ୍ରା ପାୱାର ସର୍ବଦା ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରି ଆସୁଛନ୍ତି। ସେ ଭାରତୀୟ ପରିବେଶ ଫୋରମ ନାମରେ ଏକ ଏନଜିଓ ମଧ୍ୟ ଗଠନ କରିଛନ୍ତି ।

ବାରାମତୀ ଲୋକସଭା ଆସନରେ ଶରଦ ପାୱାରଙ୍କ ପ୍ରାଧାନ୍ୟ ରହିଆସିଛି। ଏହି ଆସନ  କଂଗ୍ରେସ ଓ ଏବେ ଏନସିପିର ଗଡ଼ ଭାବେ ଗଣାଯାଇଥାଏ । ଶରଦ ପାୱାର ନିଜେ ୪ ଥର ଏଠାରୁ ସାଂସଦ ହୋଇଛନ୍ତି। ତାଙ୍କ ପରେ ତାଙ୍କ ଝିଅ ସୁପ୍ରିୟା ସୁଲେ ଏଠାରୁ ସାଂସଦ ଅଛନ୍ତି

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button