ଦେଶ- ବିଦେଶ

ସୁପ୍ରୀମ କୋର୍ଟଙ୍କ ବଡ ନିଷ୍ପତି, ମୃତ୍ୟୁ ପରେ ଭଡାଟିଆଙ୍କ ପରିବାରକୁ ମିଳିବ ସମ୍ପତ୍ତି ଉପରେ ଅଧିକାର

ସୁପ୍ରୀମ କୋର୍ଟ ନିଜର ଏକ ମୁଖ୍ୟ ନିଷ୍ପତିରେ କହିଛନ୍ତି କି ଭଡାଟିଆଙ୍କ ମୃତ୍ୟୁ ପରେ ତାହାର ପରିବାରକୁ ସେହି ସ୍ଥାନରେ ସେ ଭଡାଟିଆ ରହିଥିବା କାରଣରୁ ସମ୍ପତ୍ତିରେ ରହିବା ପାଇଁ ତାହାର ପରିବାରକୁ ଅଧିକାରୀ ଅଛି । ଏହା ଛଡା ଘର ମାଲିକ ସେହି ସମ୍ପତ୍ତିକୁ ଅନ୍ୟ କାହାକୁ ବି ଭଡାରେ ଦେଇ ପାରିବ ନାହିଁ । ସୁପ୍ରୀମ କୋର୍ଟ କହିଛନ୍ତି କି ମୃତକ ଭଡାଟିଆର ପରିବାରକୁ ସବଲେଟିଂଗ ଦଲିଲ ଉପରେ ଘର ଖାଲି କରି ହେବ ନାହିଁ ।

 

କହିଦେଉଛୁ କି ସୁପ୍ରୀମ କୋର୍ଟ ଏହିଭଳି ଘୋଷଣା କରି ଉତ୍ତରାଖଣ୍ଡ ହାଇକୋର୍ଟର ସେହି ନିଷ୍ପତିକୁ ବି ଖାରଜ କରି ଦେଇଛନ୍ତି ଯେଉଁଥିରେ ଏକ ଭଡାଟିଆର ପରିବାରକୁ ଅନ୍ୟ ଭଡାଟିଆ ମାନି ୟୁପି ସହରୀ ଭବନ (ଭଡାଟିଆ, ଭଡା ଓ ଖାଲି କରିବାର ନିୟମ) ଆକ୍ଟ ୧୯୭୨ର ଧାରା ୧୬ (୧) (ବି) ଅନୁସାରେ ଘରକୁ ଖାଲି ଘୋଷିତ କରି ଦେଇଥିଲେ । ସୁପ୍ରୀମ କୋର୍ଟର ଜସ୍ଟିସ ନବୀନ ସିନ୍ହା ଓ ଜସ୍ଟିସ ବୀ. ଆର. ଗବଈ ଖଣ୍ଡପୀଠ କହିଲେ କି ଏହି ମାମଲାରେ ଭଡା ନିୟନ୍ତ୍ରକର ଆଦେଶ ବିରୁଦ୍ଧରେ ହାଇ କୋର୍ଟକୁ ଅନୁଛେଦ ୨୨୭ ଅନୁସାରେ ଅପିଲ ଶୁଣିବା ଉଚିତ ନ ଥିଲା ।

ଏହି ଅନୁଛେଦ ଅନୁସାରେ ହାଇ କୋର୍ଟକୁ ଅପିଲ ଉପରେ ନ୍ୟାୟ ଦେବାର ଅଧିକାରୀ ପ୍ରାପ୍ତ ନାହିଁ । ସୁପ୍ରୀମ କୋର୍ଟ କହିଛନ୍ତି କି ହାଇକୋର୍ଟ ଦେହରାଦୂନ ଜିଲ୍ଲା ଜଜ ଆଦେଶ ବିରୁଦ୍ଧରେ ଅନୁଛେଦ ୨୨୭ ଅନୁସାରେ ଅବଦେନ ସ୍ଵୀକାର କରିବା ତାହା ଉପରେ ନିଜର ରାୟ ଦେଇଥିଲେ ଯାହାକି ଭୁଲ ଅଟେ ।

ଏହି ମାମଲା କିଛି ଏହିଭଳି ଅଟେ । ମସୁରୀ ଘର ମାଲିକ ସଞ୍ଜୟ କୁମାର ସିଂଘଲ ନିଜର ଭଡାଟିଆ ପୁଅ ମୋହମ୍ମଦ ଇନାମ ଠାରୁ ନିଜର ସମ୍ପତ୍ତି ଖାଲି କରିବା ପାଇଁ ୧୯୯୯ରେ ତଳ ଅଦାଲତରେ କେସ କରିଥିଲେ । ତାହାର ଭଡାଟିଆ ରଶୀଦ ଅହମଦ ତାଙ୍କର ସମ୍ପତ୍ତିକୁ ସବଲେଟିଂଗ ଅର୍ଥାତ ଭଡାଟିଆକୁ ଉଠାଇ ଦେଇଛି । ଭଡା ଆଇନରେ ଘର ସବଲେଟ କରିବା ଦ୍ଵାରା ଘର ମାଲିକକୁ ନିଜର ସମ୍ପତ୍ତି ଖାଲି କରିବାର ଅଧିକାର ଅଛି ।

ତଳ ଅଦାଲତର ଆଦେଶ ଉପରେ ୟୁପି ସହରୀ ଭବନ (ଭଡାଟିଆ, ଭଡା ଓ ଖାଲି କରିବାର ନିୟମ) ଆକ୍ଟ ୧୯୭୨ ଅନୁସାରେ ଭଡା ନିରକ୍ଷକ ସମ୍ପତ୍ତିର ଅଚାନକ ନିରକ୍ଷଣ କରାଗଲା ତେବେ ସେହି ସମ୍ପତ୍ତିରେ ଭଡାଟିଆକୁ ପାଇଲେ ନାହିଁ । ଭଡାଟିଆ ରଶୀଦ ଅହମଦ ଜାଗାରେ ଘରେ ଅନ୍ୟ କିଛି ଲୋକମାନେ ମିଳିଲେ । ସେତେବେଳେ ରଶୀଦ ଅହମଦ ନିଜର ଗ୍ରାମକୁ ଯାଇଥିଲେ । ଭଡା ନିରିକ୍ଷକ ଧାରା ୧୬ (୧) (ବି) ଅନୁସାରେ ରିପୋର୍ଟ ଦେଲେ ଓ ସମ୍ପତ୍ତିକୁ ରିକ୍ତ ଘୋଷିତ କରି ଦେଲେ ।

ରଶୀଦ ଅହମଦ ତଳ ଅଦାଲତରେ ନିଜର ଆପତ୍ତି ଅର୍ଜୀ ଦାୟର କରିଲେ ଓ କହିଲେ କି ସେହି ସମ୍ପତ୍ତିରେ ତାଙ୍କର ଭାଇ ଓ ତାଙ୍କର ପରିବାର ରହୁଛନ୍ତି । ପରିବାର ବାହାରେ କେହି ବି ସେଠି ରହୁ ନାହାନ୍ତି । ଭଡା ନିୟନ୍ତ୍ରଣ ଅଧିକାରୀ ଆଦେଶରେ କହିଲେ କି ଘରେ ରହୁଥିବା ଲୋକମାନେ ଏହା ପ୍ରମାଣିତ କରି ପାରିଲେ ନାହିଁ କି ସେ ଏହି ଘରେ ରଶୀଦଙ୍କ ସହିତ ୧୯୬୫ରୁ ରହୁଛନ୍ତି । ଏହା ପରେ ଭଡା ନିୟନ୍ତ୍ରକ ଅଦାଲତରେ ୨୦୦୩ରେ ସମ୍ପତ୍ତିକୁ ଖାଲି ଘୋଷିତ କରି ଦେଲେ ।

ଏହି ସମୟରେ ଭଡାଟିଆ ରଶୀଦଙ୍କ ମୃତ୍ୟୁ ହୋଇଗଲା । ରଶୀଦ ପରିଜନମାନେ ଭଡା ନିୟନ୍ତ୍ରକ କୋର୍ଟର ନିଷ୍ପତିକୁ ଜିଲ୍ଲା ଜଜ କୋର୍ଟରେ ୨୦୦୭ରେ ଚ୍ୟାଲେଞ୍ଜ ଦେଲେ । ଜିଲ୍ଲା ଜଜ ନିଷ୍ପତି ଦେଲେ କି ମାମଲାରେ ଧାରା ୧୬ (୧) (ବି) ଲାଗୁ ହୋଇ ପାରିବ ନାହିଁ କାରଣ ଏହା ସବ୍ଲେଟିଂଗ ନୁହେଁ । ମୂଳ ଭଡାଟିଆର ପରିଜନମାନେ ହିଁ ଘରେ ରହୁଛନ୍ତି । ଜିଲ୍ଲା ଜଜ ଭଡା ନିୟନ୍ତ୍ରକ ଘର ଖାଲି କରିବାର ଆଦେଶକୁ ଖାରଜ କରିଦେଲେ ।

 

ପୁଣି ଜିଲ୍ଲା ଜଜ ଏହି ଆଦେଶ ବିରୁଦ୍ଧରେ ଘର ମାଲିକ ସଞ୍ଜୟ କୁମାର ସିଂଘଲ ହାଇ କୋର୍ଟରେ ଅପିଲ ଦାୟର କରିଥିଲେ । ହାଇ କୋର୍ଟର ଜିଲ୍ଲା ଜଜ ଆଦେଶକୁ ଖାରଜ କରି ଦେଲେ ଓ ଘର ଖାଲି କରିବା ପାଇଁ ଆଦେଶ ଜାରି କରିଦେଲେ । ଏହା ପରେ ହାଇ କୋର୍ଟର ଆଦେଶକୁ ରଶୀଦଙ୍କ ପରିଜନମାନେ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।

ସୌଜନ୍ୟ- ଜି ନ୍ଯୁଜ

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button