ଜ୍ୟୋତିଷ

ଘରେ ଯଦି ଏହି 3 ଟି ଫୋଟ ଲଗାଇବେ, ଘରୁ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ : Vastu tips

ବନ୍ଧୁଗଣ ପ୍ରତ୍ଯେକଟି ମନୁଷ୍ୟ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଏହା ଛଡା ଯଦି ଘରର କିଛି ବାସ୍ତୁଦୋଷ ରହିଥାଏ । ତେବେ ଘର ଉପରେ ତାହାର ନକରାତ୍ମକ ପ୍ରଭାବ ପଡିବା କାରଣରୁ ଘରେ ବିଭିନ୍ନ ପ୍ରକାର ସମସ୍ଯା ଦେଖିବାକୁ ମିଳିଥାଏ । ହେଲେ ଘରେ ରହିଥିବା ବାସ୍ତୁଦୋଷକୁ ମନୁଷ୍ୟ ଚାହିଁଲେ ସୁଧାରୀ ମଧ୍ୟ ପାରିବ । ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ ଯଦି କିଛି ନିୟମ ମାନି ଆମେ ଚଳିବା । ତେବେ ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହ ଘର ମଧ୍ୟ ସକାରାତ୍ମକ ସଂଚାର ହୋଇଥାଏ । ଯାହା ଘରର ଉନ୍ନତିରେ ସାହାଜ୍ଯ କରିଥାଏ ।

1- ଘରର ମୁଖ୍ୟ ଦ୍ଵାରର ଉପରେ ଗୋଟିଏ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ବ ଫୋଟ ଲଗାନ୍ତୁ । ଯେତେବେଳେ ଘରୁ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି । ତେବେ ସେହି ଭଗବାନ ଗଣେଶଙ୍କର ଦର୍ଶନ କରିକି ହିଁ ବାହାରକୁ ଯାଆନ୍ତୁ । ଆପଣଙ୍କର ଶୁଭ ହେବା ସହ କାର୍ଯ୍ୟରେ ମଧ୍ୟ ସଫଳତା ମିଳିପାରିଥାଏ । ଏହା ଛଡା ଘରୁକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ନଜର ମଧ୍ୟ ସେହି ଗଣେଶ ଭଗବାନଙ୍କ ଉପରେ ପଡିଥାଏ । ଯାହା ଦ୍ଵାରା ଘରକୁ କୌଣସି କୁନଜର ପଡିନଥାଏ ।

2- ଠିକ ମୁଖ୍ୟ ଦ୍ଵାରର ଆଗ ପଟେ ଗଣେଶ ପ୍ରଭୁଙ୍କର ଫୋଟ ଲଗାଇବେ । ସେହି ମୁଖ୍ୟ ଦ୍ଵାରର ପଛ ପଟେ ଅର୍ଥାତ ଘରର ଭିତର ପଟେ ପଞ୍ଚମୁଖୀ ହନୁମାନ ଭଗବାନଙ୍କର ଫୋଟ ଲଗାନ୍ତୁ । ଏହା କରିବା ଦ୍ଵାରା ଘରର ବହୁତ ଶୁଭ ହୋଇଥାଏ । ଏପରି ଭାବେ ଫୋଟ ଲଗାଇବା ଦ୍ଵାରା ଘରର ସମସ୍ତ ବାସ୍ତୁଦୋଷ ଠିକ ହୋଇଯାଇଥାଏ ।

3- ଘରର ଭିତର ପଟେ ଅର୍ଥାତ ଘରର ହଲରେ 2ଟି ମାଛ ଖେଳୁଥିବାର ଫୋଟ ଲଗାନ୍ତୁ । ଗୋଟିଏ ମାଛ ପାଣିରେ ଖେଳୁଥିବାର ଫୋଟ ମଧ୍ୟ ଲଗାଇପାରିବେ । ଏହି ସବୁ ଫୋଟ ଘରର ଉଚିତ ସ୍ଥାନରେ ଲଗାଇବା ଦ୍ଵାରା ଘରର ଯେଉଁ ସବୁ ବାସ୍ତୁଦୋଷ ରହିଥାଏ । ତାହା ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ । ଏହାପରେ ଘରକୁ ବାରମ୍ବାର ଅସୁବିଧାର ସାମ୍ନା କରିବାକୁ ପଡିବନି । ଘରର ସଦସ୍ୟଙ୍କ ଉପରେ ମଧ୍ୟ କୌଣସି ବଡ ବିପତ୍ତି ଆସିବ ନାହିଁ ।

ଘରର ରହିଥିବା ଅନେକ ଅଧୁରା କାର୍ଯ୍ୟ ମଧ୍ୟ ଗୋଟି ଗୋଟି କରି ପୁରା ହେବାକୁ ଲାଗିବ । ଘର ମଧ୍ୟରେ ସୁଖ ତଥା ଶାନ୍ତିର ପରିବେଶ ସବୁବେଳେ ରହିବ । ଘର ପରିବାରରେ ସଦସ୍ୟଙ୍କ ମଧ୍ୟରେ ଅଯଥା ମନମାଳିନ୍ୟ ମଧ୍ୟ ଦୂର ହେବ । ଏଥିସହ ଘରୁ ନକରାତ୍ମକ ପ୍ରଭାବ ଦୂରେଇ ଯାଇ ସକାରାତ୍ମକ ଶକ୍ତିର ବୃଦ୍ଧି ଘଟିବ ।

Related Articles

Leave a Reply

Your email address will not be published. Required fields are marked *

Back to top button