ଜ୍ୟୋତିଷ

ମହିଳା ମାନେ ଭୁଲରେ ବି ଶୋଇବା ସମୟରେ ଏହି ଭୁଲ କାମ କରନ୍ତୁ ନାହିଁ, ଘର ବର୍ବାଦ ହୋଇଯାଇଥାଏ… Vastu tips

ବନ୍ଧୁଗଣ ଝିଅ ମାନେ ବିବାହ ପରେ ଏକ ଅଜଣା ପୁଅର ହାତ ଧରି ତାଙ୍କ ଘରକୁ ଅର୍ଥାତ ତାଙ୍କ ଶାଶୁଘରକୁ ଆସିଥାନ୍ତି । ସେଥିପାଇଁ ତ ନାରୀ ମାନଙ୍କୁ ଗୃହର ଲକ୍ଷ୍ମୀ ଅର୍ଥାତ ଗୃହଲକ୍ଷ୍ମୀ ମଧ୍ୟ କୁହାଯାଇଥାଏ । ତେବେ ପ୍ରତ୍ଯେକଟି ମହିଳା ନିଜର ଶୋଇବା ପୂର୍ବରୁ ଏଭଳି କିଛି ଭୁଲ କରି ବସିବା ଉଚିତ ନୁହେଁ । ଯାହା ଦ୍ଵାରା ସେହି ଘରକୁ ଗରିବୀ ଆସିଯିବ । ତେଣୁ ମହିଳା ମାନେ ରାତିରେ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ଅନୁଚିତ । ସେହି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।

1-ନାରୀ ମାନେ ଶୋଇବା ପୂର୍ବରୁ ନିଜ ଶରୀରରେ କୌଣସି ପ୍ରକାର ତେଲର ବ୍ୟବହାର କରିବା ଅନୁଚିତ । ନଚେତ ଆପଣଙ୍କର ବୃହଷ୍ପତ୍ତି ଗ୍ରହ ଅଶାନ୍ତ ହୋଇଯାଇଥାନ୍ତି । ଯାହାକି ଆପଣଙ୍କର ଦୁର୍ଭାଗ୍ୟର କାରଣ ହୋଇଥାଏ । ତେଣୁ ଏଥିପ୍ରତି ଆପଣ ଧ୍ୟାନ ରଖିବା ଉଚିତ ।

2- ରାତ୍ରୀ ସମୟରେ ମହିଳା ମାନେ କ୍ଷୀର କି ଦହି ଜାତୀୟ କୌଣସି ଖାଦ୍ୟ ପଦାର୍ଥର ସେବନ କରିବା ଅନୁଚିତ । ନିଜେ କି ନିଜ ପରିବାରକୁ ଏହି କ୍ଷୀର ଜାତୀୟ ଖାଦ୍ୟ ଦେବା ଉଚିତ ହୋଇନଥାଏ ।

3- କୌଣସି ମହିଳା ରାତିରେ ଶୋଇବା ପୂର୍ବରୁ ନିଜ ଦେହରୁ ଅଳଙ୍କାର ମାନ କାଢିକି ଶୋଇବା ଉଚିତ ନୁହେଁ । ଏଭଳି କାର୍ଯ୍ୟ ଦ୍ଵାରା ସେହି ମହିଳା ନିଜ ସମ୍ମାନହାନୀର କାରଣ ପାଲଟି ଯାଇଥାଏ । ତେଣୁ ଏଭଳି ମହିଳା ଅନେକ ସମୟରେ ଅନ୍ୟ ଠାରୁ ଅପମାନ ମଧ୍ୟ ହୋଇଥାନ୍ତି ।

4- ଶୋଇବା ପୂର୍ବରୁ ମହିଳା ମାନେ ନିଜ ଶରୀରରେ କୌଣସି ପ୍ରକାର ସୁଗନ୍ଧିତ ଦ୍ରବ୍ୟ ପ୍ରୟୋଗ କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ମହିଳାଙ୍କ ପ୍ରତି ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି ।

5- ରାତ୍ରୀ ସମୟରେ ଘରେ ଅଇଁଠା ବାସନ ପକାଇ ମହିଳା ମାନେ ଶୋଇବା ଉଚିତ ନୁହେଁ । କାରଣ ଏଭଳି କରୁଥିବା ମହିଳା ମାନଙ୍କ ଉପରେ ମା’ ଲକ୍ଷ୍ମୀ ଅଶାନ୍ତ ହୋଇଯାଇଥାନ୍ତି ।  ତେଣୁ ରାତ୍ରୀ ସମୟରେ ଅଇଁଠା ବାସନ ସଫା କରିକି ହିଁ ମହିଳାଙ୍କୁ ଶୋଇବା ଉଚିତ ।

6- କୌଣସି ମହିଳାଙ୍କୁ ଶୋଇବା ସମୟରେ ନିଜର କେଶ ଖୋଲି କରି ଶୋଇବା ଉଚିତ ନୁହେଁ । କି କୌଣସି ମହିଳାଙ୍କୁ ରାତି ସମୟରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ଶୋଇବା ମଧ୍ୟ ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରଭାବ ସେମାନଙ୍କୁ ଭୋଗିବାକୁ ପଡିଥାଏ ।

7- ମହିଳା ମାନେ ମଧ୍ୟ ରାତ୍ରୀରେ ନିଜ ସ୍ଵାମୀଙ୍କ ସହ ଶାରୀରିକ ସମ୍ପର୍କ ବନାଇବା ଅନୁଚିତ । ଏହା ଅଶୁଭ ହୋଇଥାଏ ।

8- ପୂର୍ବ କି ଦକ୍ଷିଣ ଦିଗକୁ ମହିଳା ମାନେ ପାଦ କରିକି ଶୋଇବା ଉଚିତ ନୁହେଁ । ତେବେ ଏହି ସବୁ ଉପୋରୋକ୍ତ ନିୟମର ପାଳନ କରି ମହିଳା ମାନଙ୍କୁ ରାତିରେ ଶୋଇବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button