ସକାଳୁ ଉଠୁ ଉଠୁ ଭୁଲରେବି ଏହାକୁ ଦେଖନ୍ତୁ ନାହିଁ, ନଚେତ ସମ୍ପୂର୍ଣ୍ଣ ଦିନ ବର୍ବାଦ ! Vastu Tips

ବନ୍ଧୁଗଣ କଥାରେ ଅଛି, ଯେଉଁ ବ୍ୟକ୍ତିର ସକାଳଟି ଭଲରେ ଯାଇଥାଏ । ସେହି ବ୍ୟକ୍ତିଟିର ସଂପୂର୍ଣ୍ଣ ଦିନଟି ଭଲରେ ବିତିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବ୍ୟକ୍ତି ସକାଳୁ ଉଠି କେଉଁ ଜିନିଷ ଦେଖିବା ଉଚିତ ଓ କେଉଁ ଜିନିଷ ଦେଖିବା ଉଚିତ ନୁହେଁ । କାରଣ ଯଦି ଆପଣ ମଧ୍ୟ ଉଠିବା ସମୟରେ କିଛି ଏଭଳି ଜିନିଷ ଦେଖିଦେଇଥାନ୍ତି । ତେବେ ଆପଣଙ୍କର ଦିନଟି ଏତେ ଭଲରେ ଯାଇନଥାଏ ।
1- ସକାଳୁ ଉଠି କୌଣସି ଗର୍ବୀ, ଅହଂକାରୀ ଓ ଚରିତ୍ରହୀନ ମହିଳାଙ୍କର ମୁହଁକୁ କେବେବି ଦେଖନ୍ତୁ ନାହିଁ । ନଚେତ ଏପରି ମହିଳାଙ୍କ ମୁହଁ ଦେଖି ନିଜର ଦିନର ଆରମ୍ଭ କରିଲେ । ଦିନଟି ସର୍ବନାସ ହୋଇଯାଇଥାଏ ।
2- ସକାଳୁ ଉଠି ଭଙ୍ଗା ଦର୍ପଣରେ ନିଜର ଚେହେରାକୁ ଦେଖିବା ଅନୁଚିତ । ନଚେତ ଆପଣଙ୍କର ଦିନଟି ଭଲରେ ଯାଇଅନଥାଏ । କାରଣ ଶାସ୍ତ୍ରରେ ଭଙ୍ଗା ଦର୍ପଣକୁ ଅଶୁଭ ବୋଲି କୁହାଯାଇଥାଏ, ତେଣୁ ଘରେ ଭଙ୍ଗା ଦର୍ପଣ ରଖିବା ମଧ୍ୟ ଅନୁଚିତ ।
3- ସକାଳୁ ଉଠି ଘରର ସଦସ୍ୟଙ୍କର ଚପଲ ଏପଟସେପଟ ଘର ସାମ୍ନାରେ ପଡିଥିବାର ଦେଖିଲେ ଭଲ ନୁହେଁ । ତେଣୁ ସବୁ ଚପଲ ଓ ଜୋତାକୁ ଯଥା ସ୍ଥାନରେ ସାଇଜ କରି ରଖିବା ଉଚିତ ।
4- ଯଦି ସକାଳୁ ଉଠି କିଛି ଖାଲି ଥିବା ପାତ୍ର ଦେଖନ୍ତି । ତେବେ ଦିନଟି ଅଶୁଭରେ ଯାଇଥାଏ । ହେଲେ ଯଦି ସକାଳୁ ଉଠି କିଛି ଜିନିଷ ଭର୍ତ୍ତି ଥିବା ପାତ୍ର ଦେଖନ୍ତି । ତେବେ ଦିନଟି ଆପଣଙ୍କର ଶୁଭମୟ ହୋଇଥାଏ । ଯେପରି ପଇସା ରହିଥିବା ପର୍ସ, ପାଣି ଭର୍ତ୍ତି ଥିବା ବାଲଟି ଆଦି ଦେଖିଲେ ଭଲ ।
5- ଯଦି ସକାଳୁ ଉଠି ନିଜ ଘରେ ବା ଅନ୍ୟ କୌଣସି ସ୍ଥାନରେ କଳିଝଗଡା ହେଉଥିବାର ଦେଖିବାକୁ ପାଇଥାନ୍ତି । ତେବେ ଦିନଟି ଆପଣଙ୍କର ଭଲରେ ଯାଇନଥାଏ । ଏପରିକି ସେହି ଦିନରେ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମଧ୍ୟ ମିଳିନଥାଏ । ତେଣୁ ଅଯଥା କଳିଝଗଡାରୁ ସର୍ବଦା ନିଜକୁ ଦୂରେଇ ରଖିବା ଉଚିତ ।
6- ସକାଳୁ ଉଠି ଅଧୂଆ ମୁହଁରେ କାହାରି ମୁହଁକୁ ଚାହନ୍ତୁ ନାହିଁ କି କଥାବାର୍ତ୍ତା ମଧ୍ୟ ହୁଅନ୍ତୁ ନାହିଁ । ନଚେତ ଆପଣଙ୍କର ହିଁ ଅଶୁଭ ହେବ । ତେଣୁ ନିଜ ଶୋଉଥିବା ରୁମ୍ ରେ ରାଧାକୃଷ୍ଣଙ୍କର ମୂର୍ତ୍ତି ଅଥବା ଫୋଟ ରଖନ୍ତୁ । ଯାହାକୁ ଚାହିଁକି ଆପଣ ନିଜର ଦିନର ଶୁଭାରମ୍ଭ କରନ୍ତୁ । ଦିନଟି ଆପଣଙ୍କର ଭଲରେ ଯାଇଥାଏ ।
7- ସକାଳୁ ଉଠି କାହାକୁ ଧାରକରଜ ଦିଅନ୍ତୁ ନାହିଁ । ସକାଳୁ ଉଠି ସର୍ବପ୍ରଥମେ ନିଜ ହାତର 2 ପାପୁଲିକୁ ଦେଖି ଭଗବାନଙ୍କୁ ସ୍ମରଣ ଓ ପ୍ରଣାମ କରି ନିଜର ଦିନର ଶୁଭାରମ୍ଭ କରନ୍ତୁ ।