ଅପରାଧ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେ କବିତାଙ୍କ ଇଡି ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବୃଦ୍ଧି – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହେପାଜତକୁ ଦିଲ୍ଲୀର ଏକ ଅଦାଲତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଜାତୀୟ ତଦନ୍ତକାରୀ ଏଜେନ୍‌ସି ଇଡି ତାଙ୍କ ହେପାଜତକୁ ୫ ଦିନ ବୃଦ୍ଧି କରିବାକୁ ଦାବି କରିଛି। ଇଡି ଅଭିଯୋଗ କରିଛି ଯେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ‘ସାଉଥ୍‌ ଗ୍ରୁପ୍‌’ର ଜଣେ ପ୍ରମୁଖ ସଦସ୍ୟ ଥିଲେ, ଯେଉଁଥିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମଦ ଲାଇସେନ୍‌ସର ଏକ ବଡ଼ ଅଂଶ ବଦଳରେ ଆପ୍‌କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି।

ତାଙ୍କୁ କୋର୍ଟରେ ହାଜର କରିବା ପରେ ଇଡି କହିଛି ଯେ ତାଙ୍କୁ ୪ ଜଣଙ୍କ ବୟାନ ଏବଂ ତାଙ୍କ ଫୋନରୁ ବାହାର କରାଯାଇଥିବା ତଥ୍ୟର ଫରେନସିକ୍‌ ରିପୋର୍ଟ ସହିତ ପଚରାଉଚରା କରା ଯାଇଥିଲାଯ। ହାଇଦ୍ରାବାଦରେ ଥିବା ତାଙ୍କ ପୁତୁରାଙ୍କ ଘରେ ଚଢ଼ାଉ ଚାଲିଥିବା ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ କହିଛି।

ଅନ୍ୟପକ୍ଷରେ, ବିଆରଏସ୍‌ ନେତ୍ରୀଙ୍କ ଓକିଲ କୋର୍ଟରେ ତାଙ୍କର ଜାମିନ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ଥିବା ୪୬ ବର୍ଷୀୟା କେ କବିତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ମାର୍ଚ୍ଚ ୧୫ ତାରତଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍‌ସସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button