ସାଧାରଣ ଜନତାଙ୍କ ପରି ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଲେ ରାହୁଲ ଦ୍ରାବିଡ଼ – Kalinga News

[ad_1]
ବେଙ୍ଗାଲୁର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ଅଧିନାୟକ ତଥା ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଶୁକ୍ରବାର ଦିନ ବେଙ୍ଗାଲୁରୁରେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଚାଲୁଥିବା ଲୋକସଭା ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ପାଇବା ପୂର୍ବରୁ ଦ୍ରାବିଡ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଧାଡିରେ ଠିଆ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକଙ୍କୁ ବାହାରକୁ ଆସି ଭୋଟ୍ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଭୋଟ୍ ଦେବା ପରେ ଦ୍ରାବିଡ଼ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ ସମସ୍ତେ ବାହାରକୁ ବାହାରି ଭୋଟ୍ ଦେବା ଉଚିତ। ଏହା ଏକ ସୁଯୋଗ ଯାହା ଆମେ ଗଣତନ୍ତ୍ରରେ ପାଇଛୁ। ଦ୍ରାବିଡଙ୍କ ପୂର୍ବତନ ସାଥୀ ତଥା କିମ୍ବଦନ୍ତୀ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ମଧ୍ୟ ବେଙ୍ଗାଲୁରୁରେ ନିଜର ଭୋଟ୍ ଅଧିକାର ସାବ୍ୟସ୍ତ କରିଛନ୍ତି।
#Vote #Indiaelections2024 #Karnataka #bengaluru pic.twitter.com/JDi9VYpIA6
— Anil Kumble (@anilkumble1074) April 26, 2024
ରାହୁଲଙ୍କ ସାଧାପଣ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ଜଣେ ସେଲିବ୍ରିଟି ହୋଇ ମଧ୍ୟ ସେ ଏକଦମ ସାଧାରଣ ଜନତାଙ୍କ ପରି ଧାଡ଼ି ଲଗାଇ ଅପେକ୍ଷା କରି ରହିଥିଲେ ଓ ତାଙ୍କ ପାଳି ଆସିବାରୁ ସେ ଭୋଟ୍ ଦେଇଥିଲେ। ରାହୁଲ ଦ୍ରାବିଡ ଲୋକଙ୍କୁ, ବିଶେଷ କରି ଯୁବକମାନଙ୍କୁ ବାହାରକୁ ଆସି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ଦ୍ରାବିଡ଼ ତାଙ୍କର ଭୋଟ୍ ମାଲେଶ୍ବରମ ନିର୍ବାଚନ ମଣ୍ଡଳୀ ପାଇଁ ଦେଇଛନ୍ତି। ଆଜିର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ବ ହୋଇଯାଇଛି। ସଂଧ୍ୟା ୬ଟାେ ଯାଇ ମତଦାନ ଶେଷ ହେବ।
[ad_2]



