ରାଜନୀତି

ଏମ୍‌ସର ୫ ଜଣିଆ ଡାକ୍ତର ଟିମ କରିବେ କେଜ୍ରିୱାଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା – Kalinga News

[ad_1]

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏବେ ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ୍‌।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ମଧୁମେହ ସ‌ତ୍ତ୍ବେ ଦିଆଯାଉନାହିଁ ଇନସୁଲିନ। ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଦେଶ ଦେଇଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ। ଅଭିଯୋଗ ଅନୁଯାୟୀ ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଇଡି ଯେଉଁ ଦାବି କରିଥିଲା  ତାହା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ ଦିଆଯାଇଛି । ୩ଥର ଆମ୍ବ ଓ ୨ଥର ସୁଗରଫ୍ରି ମିଠା ଖାଇଥିଲେ ମୁଖ୍ୟମନ୍ତ୍ରୀ।

ସଠିକ ମାତ୍ରାରେ ଇନସୁଲିନ ନଦିଆଯିବାରୁ କେଜ୍ରିୱାଲଙ୍କ ମଧୁମେହ ବଢ଼ୁଛି ଓ ଏହା ପାଇଁ ତିହାର ଜେଲ କର୍ତୁପକ୍ଷ ଦାୟୀ ବୋଲି ଓକିଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ସଠିକ ସ୍ୱାସ୍ଥ୍ୟ ଯାଂଚ ପାଇଁ ବ୍ୟକ୍ତିଗତ ଡାକ୍ତରଙ୍କୁ ଚିକିତ୍ସା ଲୋଡିଥିଲେ। ଭର୍ଚୁଆଲ ମାଧ୍ୟମରେ ଡାକ୍ତର ଚିକିତ୍ସା କରନ୍ତୁ ବୋଲି ଏକ ପିଟିସନ ଦାଖଲ ମଧ୍ୟ ହୋଇଥିଲା। ଆବେଦନ ଉପରେ ଶୁଣାଣି କରି କୋର୍ଟ ଉଭୟ ଇଡି ଓ କେଜ୍ରିୱାଲଙ୍କୁ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ। ନିଜ ପକ୍ଷ ରଖି ଗୁରୁବାର କୋର୍ଟରେ ଇଡି ଦାବି କରିଥିଲା ଯେ ଜାମିନ ପାଇବା ପାଇଁ ଜାଣିଶୁଣି ବାରଣ କରାଯାଇଥିବା ଖାଦ୍ୟ ଖାଉଥିବା ଅଭିିଯୋଗ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button