ଫ୍ରାଇଡେ ରିଲିଜ୍: ରୁଷଲାନ୍ ଭୂମିକାରେ ଆୟୁଷ ଶର୍ମା – Kalinga News

[ad_1]
ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ମୁକ୍ତିଲାଭ କରିବାକୁ ଯାଉଛି ହିନ୍ଦୀ ଆକ୍ସନ ଥ୍ରିଲର ‘ରୁଷଲାନ୍’। ଦମ୍ଦାର୍ କାହାଣୀ ସାଙ୍ଗକୁ ରୁକଷାନା ସାଜିଥିବା ଆୟୁଷ ଶର୍ମାଙ୍କ ଆକ୍ସନ ଫ୍ୟାନ୍ଙ୍କୁ ସିନେମା ହଲ୍କୁ ଟାଣୁଛି। ସିନେମା ରିଲିଜ୍ ପୂର୍ବରୁ ଆଜି ଠାରୁ ଭୁବନେଶ୍ବରରେ ଅଧିକାଂଶ ଟିକେଟ୍ ବୁକିଂ ସରିଛି।
ଭୁବନେଶ୍ବର ଏସ୍ପ୍ଲାନେଡରେ ସକାଳ ୯ଟା ୫ରୁ ରାତି ୧୦ଟା ୨୦ ମଧ୍ୟରେ ୫ଟି ସୋ, ଉତ୍କଳ କନିକା ଗ୍ୟାଲେରିଆରେ ଦିନ ୧୧ଟାରୁ ରାତି ୧୦ଟା ୫୦ ମଧ୍ୟରେ ୩ଟି ସୋ, ମହାରାଜାରେ ଦିନ ୧୧ଟା ୧୫ରୁ ରାତି ୧୦ଟା ୨୦ ମଧ୍ୟରେ ୩ଟି ସୋ, ସ୍ମୁତି ସିନେ କମ୍ପ୍ଲେକ୍ସରେ ଅପରାହ୍ନ ୪ଟା ୪୦ ଓ ସନ୍ଧ୍ୟା ସାଢ଼େ ୭ଟାରେ ୨ଟି ସୋ, ଦିନ ୧ଟା ୩୫ରେ ସ୍ବାତୀ ସିନେ କମ୍ପ୍ଲେକ୍ସରେ ଗୋଟିଏ ସୋ, କେଶରୀରେ ଦିନ ୨ଟା ଓ ସନ୍ଧ୍ୟା ୬ଟା ୪୫ରେ ୨ଟି ସୋ, ସିମ୍ପୋନି ମଲ୍ରେ ସକାଳ ୧୦ଟାରୁ ରାତି ୧୦ଟା ୩୫ ଯାଏ ୪ଟି ସୋ ଏବଂ ଡିଏନ୍ ରେଗାଲିଆରେ ସକାଳ ସାଢ଼େ ୯ଟାରୁ ରାତି ୧୦ଟା ୩୫ ଯାଏ ୪ଟି ସୋ ଲାଗିଛି। ଟିକେଟ୍ ମୂଲ୍ୟ ୯୦ଟଙ୍କା ଠାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମକୁ କରନ ଲଲିତ ବୁଟାନି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି କେ. କେ ରାଧାମୋହନ। ବିଶାଲ ମିଶ୍ର, ରଜତ ନାଗପାଲ୍ ଓ ଆକାଶଦୀପ ନାଗପାଲ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୨ ଘଣ୍ଟାର ଏହି ହିନ୍ଦୀ ଫିଲ୍ମରେ ଆୟୁଷ ଶର୍ମା, ସୁଶ୍ରୀ ଶ୍ରେୟା ମିଶ୍ର, ଜଗପତି ବାବୁ, ବିଦ୍ୟା ମାଲଭେଦେ, ବୀଣା ବାନାର୍ଜୀ, ସାଲ୍ ୟୁସୁଫ୍, ମନୀଷ ଗହରୱାର ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ନୱାବ୍ ସାହା ଓ ସୁନୀଲ ସେଠୀ ଅତିଥି କଳାକାର ଭାବେ ନଜର ଆସିବେ।
[ad_2]