ରାଜନୀତି

ଦଳ ଡିଆଁ ନେତାଙ୍କ ପ୍ରାର୍ଥିତ୍ବକୁ ଯୁବ କଂଗ୍ରେସର ବିରୋଧ: କଂ‌ଗ୍ରେସ ଭବନରେ ତାଲା – Kalinga News

[ad_1]

ଭୁବନେଶ୍ବର: କଂଗ୍ରେସର ଆଜି ପ୍ରାର୍ଥୀ ଘୋଷଣା ପରେ ଏହାକୁ ନେଇ ବିରୋଧର ସ୍ବର ଉଠିଛି। ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯିବା ବିରୋଧରେ ଆଜି ସଂଧ୍ୟାରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଯୁବ କଂଗ୍ରେସ କର୍ମକର୍ତ୍ତା କଂଗ୍ରେସ ଭବନ ଭିତରୁ ତାଲା ପକାଇବା ସହ କାହିଁକି ଦଳ ଡିଆଁ ନେତାଙ୍କୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଜି ୧୬ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏଥିରେ ନିକଟରେ ବିଜେପି ଛାଡ଼ି କଂଗ୍ରେସକୁ ଆସିଥିବା ସୋନାଲି ସାହୁ , ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିବା ସିପ୍ରା ମଲ୍ଲିକ ମଧ୍ୟ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଖୋର୍ଦ୍ଧାରୁ ଯୁବ କଂଗ୍ରେସର କର୍ମକର୍ତ୍ତା ଗୋପନ ମାର୍ଥା ଆଶାୟୀ ଥିଲେ। ହେଲେ ତାଙ୍କ ବଦଳରେ କଂଗ୍ରେସ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଛି। ଏହାକୁ ଯୁବ କଂଗ୍ରେସର କର୍ମକର୍ତ୍ତା ବିରୋଧ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଯୁବ କଂଗ୍ରେସ କର୍ମକର୍ତ୍ତା କଂଗ୍ରେସ ଭବନରେ ହୋ ହଲ୍ଲା ଜାରି ରଖିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button