ରାଜନୀତି

‘ମୁଖ୍ୟମନ୍ତ୍ରୀ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ସମର୍ପିତ’: ଜାତୀୟ ରାଜପଥ-୫୫ ଏହାର ଜ୍ବଳନ୍ତ ଉଦାହରଣ – Kalinga News

[ad_1]

ବିରୋଧୀଙ୍କ କାମ କମ୍‌, କଥା ବେଶୀ: ପ୍ରଣବ

ଦେବଗଡ଼: ବିରୋଧୀଙ୍କ କାମ କମ୍‌ କଥା ବେଶୀ। ଅନେକ କଥା କହୁଛନ୍ତି, ‌ହେଲେ କିଛି କରୁନାହାନ୍ତି। ଜାତୀୟ ରାଜପଥ ୫୫କୁ ଦେଖିଲେ ଜାଣିପାରିବେ। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତା’ଠାରୁ ଅଧିକ କରିକି ଦେଖାଇଛନ୍ତି। ଶେଷ ରକ୍ତବିନ୍ଦୁ ଥିବାପର୍ଯ୍ୟନ୍ତ ଲୋକଙ୍କ ପାଇଁ ସେ କାମ କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ସହ ଗୋଟିଗୋଟି କରି ବିକାଶମୂଳକ କାର୍ଯ୍ୟ କରିଚାଲିଛନ୍ତି। ଆଜି ଦେବଗଡ଼ ଜିଲ୍ଲା ତିଲେଇବଣିଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏହିଭଳି ମନ୍ତବ୍ୟ ପ୍ରଦାନ କରି ସମ୍ବଲପୁର ଲୋକସଭାର ବିଜେଡିର ପ୍ରାର୍ଥୀ ତଥା ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଇଛନ୍ତି।

ଜିଲ୍ଲା ବିଜେଡି ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ,ବିଜେଡି ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପାଞ୍ଜିଆ ଭୋଇ, କେନ୍ଦୁପତ୍ର ତୋଳାଳି ସଂଘ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ସାମଲ, ରାଜେଶ ମହାନାୟକ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ବରିଷ୍ଠ ନେତା ଉମାଶଙ୍କର ସାହୁ, ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୃଷେଠ୍‌ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହାପରେ ବାରକୋଟ ବ୍ଲକର ବଳମ ଗ୍ରାମର ଆମ୍ବତୋଟାଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଶ୍ରୀ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ସଶକ୍ତ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ କର୍ମୀ ସମ୍ମିଳନୀରେ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଶ୍ରୀପ୍ରଧାନ, ଜିଲ୍ଲାପରିଷଦ ଉପସଭାପତି ବର୍ଷ‌ାରାଣୀ ମୁଣ୍ଡା, ପୌରାଧ୍ୟକ୍ଷା ଶ୍ରୀମତୀ ଦେଈ, ଜିଲ୍ଲା ପରିଷଦ ସଦସ୍ୟ ସମରେନ୍ଦ୍ର ଜିତ, ମହିଳା ସଭାନେତ୍ରୀ ଅରୁଣୀ ପ୍ରଧାନ,ବାରକୋଟ ବ୍ଲକ ସଭାପତି ହୀରାଲାଲ ସାହୁ, ଯୁବ ବିଜେଡି ସଭାପତି ପ୍ରତାପ ଦେବଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button