୨୮ରେ କଂଗ୍ରେସର ନିର୍ବାଚନ ବିଗୁଲ ଫୁଙ୍କିବେ ରାହୁଲ – Kalinga News

[ad_1]
ଭୁବନେଶ୍ବର: ୨୮ରେ ସାଲେପୁରରୁ ଓଡ଼ିଶାରେ ନିର୍ବାଚନ ବିଗୁଲ୍ ଫୁଙ୍କିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୨୦୨୪ ରେ ବିଜେପି-ବିଜେଡିକୁ ଓଡ଼ିଶାରୁ ବିଦା କରିବା ଲାଗି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାହୁଲ ପ୍ରଚାରର ଶୁଭାରମ୍ଭ କରିବେ। ପରେ ଶୋଭାଯାତ୍ରାରେ ଯାଇ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଶ୍ରୀ କୁମାର କହିଛନ୍ତି ଯେ ସଭାରୁ ଭୁବନେଶ୍ବର ଫେରିବା ସହ ଡାମନ ଡ୍ୟୁ ଫେରିଯିବେ। ବିଜେପି-ବିଜେଡି ସରକାର ଉପରେ ମନ୍ତବ୍ୟ ଦେଇ ଶ୍ରୀ କୁମାର କହିଥିଲେ, ଓଡ଼ିଶାର ଲୋକ ନିଜ ପକେଟ୍ ସମ୍ଭାଳନ୍ତୁ। ଏହି ଦୁଇ ଦଳ କେତେବେଳେ ଲୋକଙ୍କ ପକେଟ୍ ଖାଲି କରିଦେବେ। ନିଯୁକ୍ତି ନାହିଁ, ଦରଦାମ ବଢ଼ି ବଢ଼ି ଚାଲିଛି। ଅମିତ ଶାହଙ୍କ ସଭାରେ ଥିବା ଲୋକମାନେ ନିଜ ପକେଟ୍ ସମ୍ଭାଳନ୍ତୁ। କେନ୍ଦ୍ରର ୧୦ବର୍ଷର ବିଜେପି ସରକାର କ’ଣ କରିଛନ୍ତି ତାହା ସଂପର୍କରେ ଅମିତ ଶାହ ହିସାବ ଦିଅନ୍ତୁ। ନିର୍ବାଚନୀ ବଣ୍ଡରେ କେତେ ଚୋରି କରିଛନ୍ତି ତାହା ଲୋକଙ୍କୁ ଜଣାନ୍ତୁ। ନବୀନ ବାବୁ ମଧ୍ୟ କ’ଣ କରିଛନ୍ତି ଜବାବ ଦିଅନ୍ତୁ। ବିଜେପିଠାରୁ ଲୋକମାନେ ନିଜ ପକେଟ୍ ସମ୍ଭାଳନ୍ତୁ। ଚାକିରି ତ ନେଇଗଲେ, ପକେଟ୍ରେ ବଳକା ଟଙ୍କା ବି ନେଇଯିବେ ବୋଲି ଶ୍ରୀ କୁମାର କହିଛନ୍ତି।
[ad_2]