ସୁପରଷ୍ଟାର ସଲମାନଙ୍କ ଘରର ବିଜୁଳି ବିଲ୍ କରିବ ଆଶ୍ଚର୍ଯ୍ୟ – Kalinga News

[ad_1]
ମୁମ୍ବାଇ: ବଲିଉଡର ଟାଇଗର ତଥା ସଲମାନ ଖାନ୍ ଏବେ ୫୮ବର୍ଷ ବୟସରେ ପାଦ ଦେଇସାରିଛନ୍ତି। ଏତେ ବର୍ଷ ବୟସରେ ବି ସଲମାନ ନିଜକୁ ଫିଟ୍ ରଖିବା ସହ ହିଟ୍ ପରେ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ସଲମାନଙ୍କୁ ଶେଷ ଥର ପାଇଁ ଟାଇଗର-୩ରେ ଦେଖିବାକୁ ପାଇଥିଲେ ଦର୍ଶକ। ବକ୍ସ ଅଫିସରେ ଫିଲ୍ମଟି ସୁପରହିଟ୍ ହୋଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଫିଲ୍ମ, ରିୟାଲିଟି ସୋ’, ବିଜ୍ଞାପନ ଓ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଥିବା ସଲମାନଙ୍କ ଘରର ବିଜୁଳି ବିଲ୍ କେତେ ଆପଣ ଜାଣନ୍ତି କି? ସଲମାନ ବାନ୍ଦ୍ରାରେ ଥିବା ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହନ୍ତି। ଏହି ଆପାର୍ଟମେଣ୍ଟର ମାସିକ ବିଜୁଳି ବିଲ୍ ୨୩-୨୫ଲକ୍ଷ ଟଙ୍କା ବୋଲି ଅନେକ ଜାତୀୟ ଗଣମାଧ୍ୟମ ଦାବି କରିଛନ୍ତି।
ତେବେ ସଲମାନଙ୍କ ଘର ଆଗରେ କିଛି ଅଜ୍ଞାତ ଯୁବକ ଗୁଳି ଚଳାଇବା ପରେ ଖାନ୍ ପରିବାର ଏବେ ଚିନ୍ତାରେ। ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଥିବା ସହ ସତର୍କ ରହିବାକୁ କହିଛି ପୁଲିସ। ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସୁରଟର ତାପି ନଦୀରୁ ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ମିଳିସାରିଥିବା ବେଳେ ଅଭିଯୁକ୍ତଙ୍କ ଫଟୋ ବି ମିଳିସାରିଛି। ସିସିଟିଭିରେ ଅଭିଯୁକ୍ତଙ୍କ ମୁହଁ ଦେଖାଯିବା ପରେ ଏବେ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
[ad_2]