ଏହି କାରଣରୁ ରାଗିଯାଇ ପାଣି ବୋତଲ ଫିଙ୍ଗିବାକୁ ଆଗେଇ ଆସିଲେ ଧୋନି – Kalinga News
[ad_1]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ୬ୱିକେଟରେ ପରାସ୍ତ କରିଥିଲା । ସିଏସକେର ପାଇଁ ମାର୍କସ୍ ଷ୍ଟୋଇନିସ୍ ଖଳନାୟକ ହୋଇଥିଲେ, ଯିଏ ୬୩ଟି ବଲରେ ୧୨୪ରନର ଅପରାଜିତ ଇନିଂସ ଖେଳି ଲକ୍ଷ୍ନୌକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ। ଋତୁରାଜ ଗାଏକ୍ବାଡ ମଧ୍ୟ ସିଏସକେ ପାଇଁ ୧୦୮ରନ୍ ସ୍କୋର କରିଥିଲେ, ଯେଉଁଥିପାଇଁ ଚେନ୍ନାଇ ୨୧୦ରନ୍ ସ୍କୋର କରିପାରିଥିଲା। କିନ୍ତୁ ଶେଷରେ ସିଏସକେକୁ ଲକ୍ଷ୍ନୌଠାରୁ ହାରିବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ମ୍ୟାଚ୍ ସମୟରେ ଏକ ଏଭଳି ଘଟଣା ମଧ୍ୟ ଘଟିଥିଲା ଯାହା କ୍ରିକେଟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏମିତିକି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ମୁତାବକ, ଧୋନି କ୍ୟାମେରା ଆଗକୁ ଆସିବା ପାଇଁ ବେଶୀ ପସନ୍ଦ କରନ୍ତି ନାହିଁ। ଲକ୍ଷ୍ନୌ-ଚେନ୍ନାଇ ମ୍ୟାଚ୍ ଚାଲିଥିବା ବେଳେ ଯେତେବେଳେ ବାରମ୍ବାର କ୍ୟାମେରା ତାଙ୍କୁ ଫୋକସ କରିଥିଲା ସେତେବେଳେ ସେ ଚିଡି ଯାଇଥିଲେ। ଏମିତି କି ହାତରେ ଧରିଥିବା ବୋତଲ ମଧ୍ୟ ଫିଙ୍ଗିବାକୁ ସେ ଉଦ୍ୟମ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।
Dhoni to Cameraman 😂😂#MSDhoni #CSKvsLSG #IPL2024 #MSDhoni #ruturajgaikwad pic.twitter.com/ue2b1MxUgH
— Tanay (@tanay_chawda1) April 23, 2024
ଭିଡିଓରେ ଆପଣ ଦେଖିପାରିବେ ଯେ, ଧୋନି ଡ୍ରେସିଂ ରୁମରେ ବସି ମ୍ୟାଚ୍ ଦେଖୁଥିବା ବେଳେ କ୍ୟାମେରାମ୍ୟାନ କ୍ରମାଗତ ଭାବରେ ଧୋନିଙ୍କୁ ଟିଭି ପରଦାରେ ଦେଖାଉଥିଲେ। ଏହା ଦେଖି ଧୋନି ରାଗିଯାଇଥିଲେ। ଏଭଳି ପରିସ୍ଥିତିରେ ଧୋନି ତାଙ୍କ ହାତରେ ଥିବା ବୋତଲ ଫିଙ୍ଗିବା ଭଳି ଅଙ୍ଗଭଙ୍ଗୀ କରି କ୍ୟାମେରାମ୍ୟାନଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ଯେ ସେ ଏହାକୁ ପସନ୍ଦ କରୁନାହାଁନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
[ad_2]