ମନୋରଞ୍ଜନ

୨୨ ବର୍ଷର ବୟଫ୍ରେନ୍ଡ ଏବଂ ୧୯ ବର୍ଷର ଗର୍ଲଫ୍ରେନ୍ଡ, ଏମିତି ଥିଲା ଦେଢ ବର୍ଷର ପ୍ରେମ ଓ 2 ଟି ନିରୀହ ଜୀବନର ଭୟାନକ ଅନ୍ତ

ପ୍ରେମ ଯେତେ ସୁନ୍ଦର ଅଟେ ସେତେ ହିଁ ଭୟାନକ ହୋଇଥାଏ । ଏଥିରେ ଦୁଇଜଣଙ୍କ ରିଲେଶନରେ ବିଶ୍ଵାସ ଥାଏ ସେତେ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲି ଥାଏ କିନ୍ତୁ ଯଦି ଜଣେ ବିଶ୍ଵାସଘାତକ ବାହରେ ତେବ ଅନ୍ୟ ଜଣ ନିଜର ଖରାପ ଭାଗ୍ୟ ଭାବି ଭୁଲି ଯାଇ ଥାଏ ଏବଂ ସେ ସେହି ଭଲ ପାଇବାକୁ ନେଇ କଣ ନା କଣ କରି ଦେଇଥାଏ ।

କିଛି ଏମିତି ହିଁ ଘଟଣା ହୋଇଥିଲା ଦେହରାଡୁନରେ , ଯେଉଁଠି ଗୋଟିଏ ୨୨ ବର୍ଷର ପୁଅ ଯାହାର ନାମ କୃଷ୍ଣା ଅଟେ ଏବଂ ୧୯ ବର୍ଷର ଝିଅ ଯାହାର ନାମ କଶିଶ ଅଟେ, ଦୁଇଜଣ ପରସ୍ପରଙ୍କୁ ବହୁତ ଭଲ ପାଉ ଥିଲେ । ଏହିଭଳି ଭାବରେ ଚାଲିଲା ଦେଢ ବର୍ଷର ପ୍ରେମ ଏବଂ ଦୁଇ ଜୀବନର ଭୟାନକ ଅନ୍ତ, ତାଙ୍କର ପ୍ରେମର ଅନ୍ତ ଏମିତି ହେବ ବୋଲି ସେମାନେ କେବ ସ୍ଵପ୍ନରେ ବି ଭାବି ନଥିଲେ ।

ଏମିତି ହେଲା ଦେଢ ବର୍ଷର ପ୍ରେମ ଏବଂ ଦୁଇ ଜୀବନର ଭୟାନକ ଅନ୍ତ

ଯେଉଁ ଭଲ ପାଇବା ସହିତ କୃଷ୍ଣା ଜୀବନ ବିତାଇବା ପାଇଁ ଚାହୁଁ ଥିଲେ ତାଙ୍କୁ ସେ ନିଜ ହାତରେ ମାରିଦେଲା କେବଳ ସନ୍ଦେହ ଆଧାରରେ । ଏମିତି ଲୋକ ଭାବନ୍ତି ନାହିଁ କି ତାଙ୍କ ପଛରେ ଥିବା ତାଙ୍କ ପରିବାରର କଣ ହେବ । କୃଷ୍ଣା ଚାରି ଭଉଣୀଙ୍କ ମଧ୍ୟରେ ମାତ୍ର ଗୋଟିଏ ଭାଇ ଅଟନ୍ତି ଏବଂ ଥରେ ସେ ନିଜର ଗର୍ଲଫ୍ରେନ୍ଡକୁ ନିଜର ଭିଣୋଇ ପରମବିରଙ୍କର ଘରକୁ ଡାକିଲେ ।

କଶିଶ ନହରୋ ବାଲି ଗଳିରେ ରହୁଥିଲା ଏବଂ କୃଷ୍ଣା କେନାଲ ରୋଲର ନିବାସୀ ଅଟନ୍ତି । ଏମାନଙ୍କର ଭଲ ପାଇବା ଦେଢ ବର୍ଷ ହେବ ଚାଲିଥିଲା । ଯେତେବେଳେ କୃଷ୍ଣାଙ୍କୁ ସନ୍ଦେହ ହେଲା କି ତାଙ୍କର ଗର୍ଲଫ୍ରେନ୍ଡ ତାଙ୍କୁ ଧୋକା ଦେଉଛନ୍ତି ଯାହାକି ସତ ଅଟେ କି ନାହିଁ, କେବଳ ସନ୍ଦେହ ଉପରେ ହିଁ ସେ ନିଜର ଭଲ ପାଇବାକୁ ମାରି ଦେଲେ ଏବଂ ନିଜକୁ ପଙ୍ଖାରେ ଝୁଲାଇ ନିଜର ଜୀବନ ଦେଇ ଦେଲେ ।

ପୁଲିସ ଅଧିକାରୀ ମାସୁରୀ ବିଏସ ଚୋହାନ କହିଲେ କି ଏହି କେଶକୁ ଦେଖିଲା ପରେ କିଛି ମହତ୍ଵପୂର୍ଣ କଥା ସାମନାକୁ ଆସିଛି ।

ଯୁବତୀର ବେକକୁ କୌଣସି ଏକ ଧାରୁଆ ଜିନିଷରେ କଟା ଯାଇଛି । ଏହା ପରେ ଯୁବକଟି ଏକ ଲାମ୍ବା ତାର ସାହାର୍ଯ୍ୟରେ ନିଜକୁ ଫାଶୀ ଦେଇ ଦେଇଥିଲା ଏବଂ ଘର ଚାରିଆଡେ କେବେଳ ରକ୍ତ ହିଁ ରକ୍ତ । ପୁଲିସମାନେ ଜାଣି ପାରିଲେ କି କୃଷ୍ଣା ପ୍ରଥମେ କଶିଶଙ୍କୁ ମାରିଛନ୍ତି ଏବଂ ତାହା ପରେ ସେ ନିଜକୁ ମାରି ଛନ୍ତି । ଏପରି ଘଟଣା ପରେ ଉଜୁଡି ଯାଇଥିଲା ଦୁଇଟି ପରିବାରର ଖୁସି । ମଣିଷର ଗୋଟେ ଛୋଟ ସନ୍ଦେହ ଏମିତି ବି କରି ପାରେ ।

ଏମିତି କିଛି ପଦକ୍ଷେପ ନେବା ପୂର୍ବରୁ ନିଜ ପାଇଁ ନହେଲେ ନାହିଁ ବରଂ ପରିବାର ପାଇଁ ଅନ୍ତତଃ ଟିକେ ଭାବିବାର ଥିଲା । ଏହି ଦୁଇଜଣ ଯାହାବି ବି କଲେ ତାହା କେତେଦୂର ଠିକ ଆପଣଙ୍କ ମତାମତ କମେଣ୍ଟ ରେ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button