ବିଜେପି-ବିଜେଡିର ଦୁର୍ନୀତି ପାନ ବାଣ୍ଟିଲା କଂଗ୍ରେସ – Kalinga News

[ad_1]
ଭୁବନେଶ୍ବର: ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିଛି କଂଗ୍ରେସ। ପୂର୍ବରୁ ବିଜେପି-ବିଜେଡିର ପ୍ରତୀକାତ୍ମକ ବାହାଘର କରିଥିବା କଂଗ୍ରେସ ଆଜି ଖୋଲିଛି ପାନ ଭଣ୍ଡାର। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ରାଜ୍ୟବାସୀଙ୍କୁ ଦୁର୍ନୀତିର ପାନ ଖୁଆଇ ଲୁଟୁଛନ୍ତି। ହେଲେ କଂଗ୍ରେସର ପାନ ମିଠା ଓ ସ୍ବାସ୍ଥ୍ୟ ପାଇଁ ହିତକର। ଏହି ବାର୍ତ୍ତା ନେଇ ଆଜି କଂଗ୍ରେସ ଭବନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ କଂଗ୍ରେସ କର୍ମୀ ପାନ ଖୁଆଇ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ବର୍ଷିଥିଲେ। ଆଗକୁ ସବୁ ନିର୍ବାଚନମଣ୍ଡଳୀରୁ ଏହି ପାନ ଭଣ୍ଡାର ଗାଡ଼ି ବୁଲିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାନ ଭଣ୍ଡାର ପାଇଁ ଦିଲ୍ଲୀରୁ ସ୍ବତନ୍ତ୍ର ପାନ ଗାଡ଼ି ଆସିଛି। ଏଥିରେ ୮ଶହ କୋଟିର ଲୋନ୍ ସ୍କାମ୍, ୯ହଜାର କୋଟିର ନିର୍ବାଚନୀ ବଣ୍ଡ, ୫ଶହ କୋଟିର ଚିଟ୍ଫଣ୍ଡ ଓ ୯ଲକ୍ଷ କୋଟିର ଖଣି ଦୁର୍ନୀତି, ୪୦ ହଜାର କୋଟିର କୋଭିଡ୍ ଦୁର୍ନୀତି, ୧୫ହଜାର କୋଟିର ଚାରା ଦୁର୍ନୀତି, ହଜାର କୋଟିର ଆବାସ ଦୁର୍ନୀତି ଓ ୨୦ହଜାର କୋଟିର ଜମି ଦୁର୍ନୀତି ଭଳି ପ୍ରତୀକାତ୍ମକ ପାନ ବିକ୍ରି କରିଛନ୍ତି କଂଗ୍ରେସ ନେତା। ପିସିସି ପ୍ରଭାରୀ ଅଜୟ କୁମାର ଓ ଅନ୍ୟ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଭାରୀ ଶ୍ରୀ କୁମାର କହିଥିଲେ, ନିର୍ବାଚନ ସମୟରେ ରାଜ୍ୟର ଜନସାଧାରଣଙ୍କୁ ବିଜେପି-ବିଜେଡିର ମହାଦୁର୍ନୀତି ସଂପର୍କରେ ମନେ ପକାଇଦେବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ନିର୍ବାଚନରେ ଏସବୁ ଦୁର୍ନୀତିରୁ ଅର୍ଜିତ ଅର୍ଥ ଖର୍ଚ୍ଚ କରାଯିବ। ସାଧାରଣ ଭୋଟରଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ଭୋଟ୍ ହାତେଇବା ପାଇଁ ଶାସକ ଦଳ ପକ୍ଷରୁ ଅପଚେଷ୍ଟା କରାଯାଉଛି। ଜନବିରୋଧୀ ଶାସକଙ୍କ ଅମଳରେ ସେମାନଙ୍କ ଦଳ ସମୃଦ୍ଧ ହୋଇଛି ଓ ଓଡ଼ିଶା ରସାତଳଗାମୀ ହୋଇଛି। ପରିବର୍ତ୍ତନ ପାଇଁ ରାଜ୍ୟର ଜନସାଧାରଣ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ। ଆଗକୁ ଏହି ପାନ ଭଣ୍ଡାର ସାରା ରାଜ୍ୟ ବୁଲିବ ବୋଲି ଶ୍ରୀ କୁମାର କହିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ୟାସିର ନୱାଜ, ବିଶ୍ବଜିତ ଦାଶ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ରଜନୀ ମହାନ୍ତି, ତରୁଣ ମିଶ୍ର, ଆଲୋକ ଲେଙ୍କା, ମିର୍ଜା ଇସଲାମ ବେଗ, ଗୋପନ ମାର୍ଥା, ସୁଦୀପ ସାମଲ, ଲିଙ୍ଗରାଜ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
[ad_2]




