ଦେଶ- ବିଦେଶ

ଖୋଲୁଛି କାନାଡା ସରକାରଙ୍କ ପୋଲ୍‌, ଜଷ୍ଟିନ୍‌ ଟ୍ରୁଡୋଙ୍କ ଅସଲି ଚେହେରା ସାମ୍ନାକୁ ଆଣିଲେ ସଞ୍ଜୟ ବର୍ମା

ନୂଆଦିଲ୍ଲୀ ୨୧।୧୦: ଭାରତ-କାନାଡା ୨ ଦେଶ ମଧ୍ୟରେ ସମ୍ପର୍କ ବହୁତ ଖରାପ ରହିଛି । ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଦାୟୀ । ଏକଥା କାନାଡାରେ ଭାରତୀୟ ହାଇକମିଶନର ସଞ୍ଜୟ ବର୍ମା ଭାରତ ଫେରିବା ପୂର୍ବରୁ କହିଛନ୍ତି । ସେ ସିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏପରି କହିଛନ୍ତି । ସେ କାନାଡାର ଜଷ୍ଟିନ ଟ୍ରୁଡୋ ସରକାରଙ୍କ ପୋଲ୍ ଖୋଲି ଦେଇଛନ୍ତି ।

ସଞ୍ଜୟ ବର୍ମା କହିଛନ୍ତି ଯେ ଭାରତ ବିରୋଧରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ସହିତ ଭାରତର କୌଣସି ସମ୍ପର୍କ ନାହିଁ ।

ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ଆରୋପ-ପ୍ରତ୍ୟାରୋପ ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲନି ଜୋଲି ମଧ୍ୟ ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କ ନାଁକୁ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ଟାଣି ନେଇଛନ୍ତି । ସେ କହିଛନ୍ତି କାନାଡାର ନାଗରିକଙ୍କ ହତ୍ୟାରେ ଭାରତୀୟ କୂଟନୀତିଜ୍ଞମାନେ ଜଡିତ ଅଛନ୍ତି । ଯେଉଁଥିରେ ସଞ୍ଜୟ ବର୍ମା ମେଲନି ଜୋଲି ଏବଂ ଜଷ୍ଟିନ ଟ୍ରୁଡୋଙ୍କ ପୋଲ୍ ଖୋଲି ଦେଇଛନ୍ତି ।

ଟ୍ରୁଡୋ ସରକାରକୁ ପ୍ରକାଶ କରି ସଞ୍ଜୟ ବର୍ମା କହିଛନ୍ତି ଯେ କାନାଡାର ଇଣ୍ଟେଲିଜେନ୍ସ ଏଜେନ୍ସି (CSIS) ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଅଛନ୍ତି । ଯେଉଁମାନଙ୍କଠାରୁ ତାଙ୍କୁ ଅନେକ ପ୍ରକାରର ସୂଚନା ମିଳୁଛି ।ଏହି ଆଧାରରେ ସେମାନେ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ତଥାପି ଟ୍ରୁଡୋ ସରକାର ଯେଉଁଭଳି ଭାବେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି, ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନଷ୍ଟ ହୋଇଯାଇଛି।

ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିବାରୁ ଭାରତୀୟ ଉଚ୍ଚକମିଶନର ସଞ୍ଜୟ ବର୍ମା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button