ସ୍ୱାସ୍ଥ୍ୟ

କିଭଳି ନେଗେଟିଭ ଓ ଅଧିକ ଚିନ୍ତାରୁ ନିଜକୁ ଦୂରେଇ ରଖିବେ ? ପାଠ ପଢିବା ସମୟରେ ଏହି ଉପାୟରେ ଦୂର କରନ୍ତୁ ଓଭର ଥିକିଙ୍ଗ

ଏହି ଦୁନିଆରେ ଅନେକ ପ୍ରକାର ରୋଗ ଅଛି ମାତ୍ର ଆମେ ଜାଣିଛୁ ପ୍ରତେକ ରୋଗ ଶରୀର ବାହାରୁ ଆମକୁ ଆକ୍ରାନ୍ତ କରିଥାଏ । ଯଦି ରୋଗ ଆମ ମୁଣ୍ଡରେ ଅଛି ତାହେଲେ ଆମେ କଣ କରିବା କେବେ ଭାବିଛନ୍ତି ।

କହିବା ମାନେ ହେଉଛି ଯଦି ଆପଣ କେବେବି ନିଜକୁ କିଛି ସମୟ ପାଇଁ ଜନ ଗହଳି ମାନେ ପରିବାର ହେଉ କିମ୍ବା ସାଙ୍ଗ ସାଥି ମାନଙ୍କ ପାଖରୁ ଦୂରେଇ ରଖିଛନ୍ତି କି ଯଦି ହଁ ତାହେଲେ ସେହି ସମୟର ଚିନ୍ତା କଣ ଥାଏ ଆପଣଙ୍କ ସହ । ଆମେ କହି ରଖୁଚୁକୀ ଆପଣ ନିଜକୁ ଅଲଗା ରଖିବା ସମୟରେ ଅନେକ କଥା ଚିନ୍ତା କରିଥାନ୍ତି । ଏହା ଅତୀତ ହୋଇ ପାରେ କିମ୍ବା ବର୍ତ୍ତମାନ ହୋଇ ପାରେ । ଯାହା ବି ହେଉ ଆପଣ ସେ ବିଷୟରେ ଚିନ୍ତା କଲେ କିଛି ବି ମିଳିବନି ।

ଯଦି ଆପଣ ନିଜ ବିଷୟରେ ମାନେ ଯଦି ଅତୀତ କିମ୍ବା ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି ତାହେଲେ ମଧ୍ୟ ଆପଣ ନିଜକୁ ଭଲ ଅନୁଭବ କରେଇ ପାରିବେନି । ଆପଣଙ୍କ ରୋଗ ହେଉଛି ଅଧିକ ଭାବିବା । ଅଧିକ ଭାବିବା ଦ୍ଵାରା ଆପଣ କେବଳ କଷ୍ଟ ଓ ଅସାନ୍ତି ପାଇବେ । ଆମେ ଯାହାକୁ ଆପଣେଇ ଥାଉ ସେ ସବୁବେଳେ ଠିକ ଥିବ ଏହାର ମାନେ ନାହି । ଆମେ କିନ୍ତୁ ଏହା ଜାଣି ରଖିବା ଉଚିତ କି ଆମେ ବର୍ତ୍ତମାନ ରେ ବଞ୍ଚିଛୁ ତେଣୁ ଅନ୍ୟ ସମୟ ପାଇଁ ଚିନ୍ତା କରିବା ଭଲ ନୁହେଁ । ଆପଣ ମେଡିଟେସନ କରିପାରିବେ ।

ଏହାକୁ ଅଟକେଇବା ପାଇଁ ଆପଣ କିଛି ସମୟ ପାଇଁ ନିଜ ଅଭ୍ଯାସ ଉପରେ ଧ୍ୟାନ ଦିଅନ୍ତୁ । ନିଜେ ନିଜ କୁ ଅଭ୍ଯାସରେ ପକାନ୍ତୁ ଦେଖିବେ ଆପଣ ଏଥିରୁ ମୁକ୍ତି ପାଇ ଯିବେ । ଅର୍ଜୁନ ଗୀତାରେ ଭଗବାନ ବିଷ୍ଣୁ ଙ୍କୁ ପଚାରିଥିଲେ କି ମୁ ଜଣେ ଦେବ ପୁତ୍ର ହୋଇ ଯଦି ଅତ୍ୟଧିକ ଚିନ୍ତାରୁ ମୁକ୍ତି ପାଇ ପାରୁନି ତେବେ ଗୋଟେ ସାଧାରଣ ମଣିଷ କିଭଳି ଏହି ଚିନ୍ତାରୁ ନିଜକୁ ମୂକ୍ତ କରାଇ ପାରିବ, ସେତେବେଳେ ଭଗବାନ କହିଥିଲେ କେବଳ ଅଭ୍ୟାଶ ଦ୍ଵାରା ଆମେ ସବୁ କିଛି କରି ପାରିବା ।

ଆଉ ଏକ କଥା କାହା ପାଇଁ ନିଜେ ନିଜକୁ କଷ୍ଟ ଦେବା ଅନୁଚିତ କଣ ହୋଇ ପାରିଥାନ୍ତା କଣ ହେବ କଣ ପାଇଁ ହେଲାନି, ଯଦି ହୋଇ ଥାନ୍ତା ତ କଣ ହୋଇ ଥାନ୍ତା । ଏସବୁ ଭାବିବା ଦରକାର ନାହିଁ କାରଣ ଆମେ ଅତୀତକୁ ଯାଇ ସବୁ ଠିକ କରି ପାରିବାନି । ଆଉ ଏକ କାହାଣୀ ଅଛି ଦ୍ରୋପତି କଦାଚିତ ଘୋର ତପସ୍ଵା କରିଥିଲେ ଓ ତାଙ୍କୁ ଭଗବାନ ବର ଦେବା ପାଇଁ ଯେତେବେଳେ ଆସିଥିଲେ ସେତେବେଳେ ସେ କହିଥିଲେ କି ତାଙ୍କୁ ୫ ଟି ଗୁଣ ଥିବା ସ୍ଵାମୀ ଦରକାର ମାତ୍ର ଭଗବାନ କହିଥିଲେ କି ଏଭଳି ମଣିଷ ଆଜି ଯାଏ ତିଆରି ହୋଇନି ।

ତଥାପି ଦ୍ରୋପତି ଙ୍କ ଜିଦି ପାଇଁ ତାଙ୍କୁ ୫ ଟି ସ୍ଵାମୀ ପ୍ରାପ୍ତି ହୋଇଥିଲେ । ଏଥିରୁ ଆମେ ଗୋଟେ ଜିନିଷ ଶିଖିଲେ ବାସ ଅଭି ପାଇଁ କାମ କରିଚାଲ । ଭାବିବା ପାଇଁ ସମୟ ନଷ୍ଟ କରି ଅଧିକ ଖୁସି ନୁହେଁ ଦୁଃଖ ପାଇବା । ବର୍ତ୍ତମାନ ରେ ବଞ୍ଚିବା, ଯଦି କିଛି ସମସ୍ଯା ଅଛି ତାହେଲେ ତାର ସମାଧାନ ବିଷୟରେ ଭାବିବା । ସମସ୍ଯା କୁ ଭାବିଲେ ସମାଧାନ ମିଳିବନି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button