ଜ୍ୟୋତିଷ

ଟଙ୍କାର ଅଭାବ କେବେବି ହେବ ନାହିଁ, ଚାଣକ୍ୟଙ୍କର ଏହି 3 କଥା ବୁଝି ନିଅନ୍ତୁ -Chanakya Neeti

ଆଚାର୍ଯ୍ୟ ଚାଣକ୍ୟ, ଚାଣକ୍ୟ ନୀତିର ତୃତୀୟ ଅଧ୍ୟାୟରେ ଲେଖିଛନ୍ତି କି, କାହାର କୁଳରେ ଦୋଷ ନାହିଁ? କିଏ ଏପରି ଅଛି ଯିଏ କେବେ ରୋଗରେ ପୀଡିତ ହୋଇ ନାହିଁ? କିଏ ଏପରି ଥିବ ଯାହାକୁ କେବେ ଦୁଃଖ ମିଳି ନାହିଁ?

କିଏ ଏପରି ଅଛି ଯିଏ ସର୍ବଦା ଖୁସି ରହିଛି? ଆପଣଙ୍କ ଆଚରଣରୁ ଆପଣଙ୍କ କୁଳ ବା ପରିବାର ବିଷୟରେ ଜଣା ପଡ଼େ । ଆପଣଙ୍କ ଭାଷାରୁ ଆପଣଙ୍କ ଦେଶ ଜଣା ପଡେ । ଆପଣଙ୍କ ଆଦର ସତ୍କାରରୁ ଆପଣଙ୍କ ପ୍ରେମ ଭାବ ଓ ଆପଣଙ୍କ ଶରୀରରୁ ଆପଣଙ୍କ ଭୋଜନ ବିଷୟରେ ଜଣା ପଡ଼େ । ଦୁର୍ଜନ ଓ ସର୍ପ ମଧ୍ୟରେ ଗୋଟିଏ ବାଛିବାକୁ ହେଲେ ସର୍ପକୁ ବାଛନ୍ତୁ, ଦୁର୍ଜନକୁ ନୁହେଁ ।

କାରଣ ସର୍ପ କେବଳ ଗୋଟେ ଥର ଚୋଟ ମାରେ, ମାତ୍ର ଦୁର୍ଜନ ପ୍ରତିଟି ପାଦରେ ଆପଣଙ୍କୁ ଚୋଟ ମାରିବ । ପ୍ରଳୟ ସମୟରେ ସାଗର ମଧ୍ୟ ନିଜ ମର୍ଯ୍ୟାଦା ଛାଡ଼ି ଦିଏ । ସାଗର ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଆସିପାରେ, ମାତ୍ର ସଜ୍ଜନ ଅବା ସାଧୁ ଲୋକ ପ୍ରଳୟରେ ମଧ୍ୟ ନିଜ ମର୍ଯ୍ୟାଦା ଛାଡନ୍ତି ନାହିଁ । ମୂର୍ଖ ଲୋକ ଠାରୁ ଦୂରେଇ ରହିବ ହିଁ ଉଚିତ୍ ଅଟେ । କାରଣ ସେ ଦେଖିବାକୁ ମନୁଷ୍ୟ ପରି ହୋଇଥିଲେ ମଧ୍ୟ ନିଜ ବାକ୍ୟରେ ଆପଣଙ୍କୁ ଶୁଳି ପରି ଏପରି କେଞ୍ଚି ପକାଇବ ଯେପରି ଅନ୍ଧକୁ କଣ୍ଟା ।

ସୁନ୍ଦରତା, ତରୁଣତା ଓ ଉଚ୍ଚ କୁଳରେ ଜନ୍ମ ହେଲେ ମଧ୍ୟ ବିଦ୍ୟାହୀନ ମନୁଷ୍ୟ ସୁଗନ୍ଧ ହୀନ ପଳାଶ ଫୁଲ ପରି ଶୋଭା ଦିଏ ନାହିଁ । ସୁନ୍ଦରତା ଯୋଗୁଁ ସୀତାଙ୍କ ହରଣ ହୋଇଥିଲା । ଅତ୍ୟନ୍ତ ଅହଙ୍କାର ହେତୁ ରାବଣ ମୃତ୍ୟୁବରଣ କରିଥିଲା । ଅତ୍ୟଧିକ ଦାନ କରିବା ହେତୁ ରାଜା ବଳି ବନ୍ଧା ଯାଇଥିଲେ । ସେଥିପାଇଁ ସର୍ବଦା ଅତିରିକ୍ତତାକୁ ତ୍ୟାଗ କରନ୍ତୁ ।

ଗୋଟିଏ ସୁଗନ୍ଧିତ ଫୁଲର ବୃକ୍ଷ ଦ୍ଵାରା ଯେପରି ସାରା ଜଙ୍ଗଲ ସୁଗନ୍ଧିତ ହୋଇଥାଏ, ସେହି ପ୍ରକାର ଗୋଟିଏ ସୁପୁତ୍ର ଦ୍ଵାରା ସମ୍ପୂର୍ଣ୍ଣ କୁଳ ସୁଶୋଭିତ ହୋଇଯାଏ । ଅଗ୍ନିରେ ଜଳୁଥିବା ଗୋଟିଏ ଶୁଖିଲା ଗଛ ସକାଶେ ଯେପରି ସାରା ଜଙ୍ଗଲ ଜଳି ଯାଏ, ସେପରି ଗୋଟିଏ କୁପୁତ୍ର ଯୋଗୁଁ ସାରା କୁଳ ନାଶ ହୋଇଯାଏ । ଗୋଟିଏ ବିଦ୍ୟାବାନ ସୁପୁତ୍ର ଯୋଗୁଁ ପୁରା କୁଳ ଏପରି ଆନନ୍ଦିତ ହୁଏ ଯେପରି ଚନ୍ଦ୍ରମା ଯୋଗୁଁ ରାତି ।

ଶୋକ ଓ ଦୁଃଖ ଦେଲା ପରି ଅନେକ ପୁତ୍ର ଜନ୍ମ କଲେ କଣ ଲାଭ? କୁଳକୁ ଆଶ୍ରୟ ଦେବା ପାଇଁ ଗୋଟିଏ ପୁତ୍ର ହିଁ ଯଥେଷ୍ଟ ଯାହା ଦ୍ଵାରା କୁଳର ସମ୍ମାନ ବଢ଼ିଥାଏ । ଯାହା ପାଖରେ ଧର୍ମ, ଅର୍ଥ, କାର୍ଯ୍ୟ ଓ ମୋକ୍ଷ ଏଥି ମଧ୍ୟରୁ ଗୋଟିଏ ମଧ୍ୟ ନାହିଁ, ତା ପାଇଁ ଅନେକ ଥର ଜନ୍ମ ନେବାର ଅର୍ଥ କେବଳ ମୃତ୍ୟୁ ଅଟେ ।

ଯେଉଁଠାରେ ମୂର୍ଖକୁ ସମ୍ମାନ ଦିଆ ଯାଏ ନାହିଁ, ଯେଉଁଠାରେ ଅନ୍ନ ସଞ୍ଚୟ କରାଯାଏ, ଯେଉଁଠାରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୁଏ ନାହିଁ, ସେହିଠାରେ ବିନା ନିମନ୍ତ୍ରଣରେ ହିଁ ଲକ୍ଷ୍ମୀ ବାସ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button