ବିବାହ ପରେ ସ୍ବାମୀ ରେଳବାଇରୁ ଅନେକ ସାମଗ୍ରୀ ଚୋରି କରିଥିବା ଜାଣିବାକୁ ପାଇଲି: ସ୍ତ୍ରୀ – Kalinga News
[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରୁଥିବା ସ୍ବାମୀଙ୍କ ବିରୋଧରେ ସ୍ତ୍ରୀ ଚୋରିର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ରେଳ ପୁଲିସ ଇଞ୍ଜିନିୟରଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଞ୍ଜିନିୟରଙ୍କ ସ୍ତ୍ରୀ ସ୍ବାମୀ ବିରୋଧରେ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୁଁ ରାଜସ୍ଥାନରେ ବସବାସ କରେ। ମୋର ବିବାହ ଚଳିତବର୍ଷ ଜାନୁଆରି ୧୨ ତାରିଖରେ କାନପୁରରେ ରହୁଥିବା ମୋହଦ ଅଶରଦଙ୍କ ସହିତ ସମ୍ପର୍ଣ୍ଣ ହୋଇଥିଲା। ମୋ ସ୍ବାମୀ ଏକ ଘରୋଇ କମ୍ପାନିରେ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ମୁଁ ଏବେ ମୋ ସ୍ବାମୀଙ୍କ ସହିତ ଭୋପାଳ ବିମାନବନ୍ଦର ରୋଡସ୍ଥିତ ଦତ୍ତା କଲୋନିରେ ରହୁଛି। ରମଜାନ ମାସ ଆରମ୍ଭ ହୋଇଯାଇଥିବା ବେଳେ ଇଦ ପର୍ବ ଆସିବାକୁ ଯାଉଛି। ଏହା ପୂର୍ବରୁ ମୁଁ ଘରକୁ ସଫସୁତୁରା କରୁଥିଲି। ଏହି ସମୟରେ ଏକ ସିନ୍ଧୁକ ପାଇଥିଲି। ଏହି ସିନ୍ଧୁକ ଖୋଲିଲା ପରେ ସେଥିରେ ଭାରତୀୟ ରେଳବାଇର ୩୦ଟି ତଉଲିଆ ଓ ୬ଟି କମ୍ବଳ ସହିତ ଅନେକ ବେଡସିଟ ଥିବା ଦେଖିବାକୁ ପାଇଥିଲି। ଏଥିସହିତ ଦିଲ୍ଲୀର ଏକ ବଡ଼ ହୋଟେଲର ଅନେକ ସାମଗ୍ରୀ ମଧ୍ୟ ଏହି ସିନ୍ଧୁକରେ ରହିଥିଲା। ମୋ ଅନୁମାନ ହେଲା ଏସବୁ ସାମଗ୍ରୀ ସ୍ବାମୀ ଚୋରାଇ ଆଣି ସିନ୍ଧୁକରେ ଲୁଚାଇ ରଖିଛନ୍ତି।
ମୁଁ ତାଙ୍କୁ ଏବିଷୟରେ ପଚାରିବା ସହିତ ଚୋରି କରିବା ହେଉଛି ଅପରାଧ ବୋଲି କହିଥିଲି। ଏହାପରେ ସ୍ବାମୀ ମୋତେ ଚପଲରେ ମାଡ଼ ମାରିଥିଲେ। ମୁଁ ଫୋନ କରି ରେଳବାଇ ପୁଲିସକୁ ଘଟଣା ବିଷୟରେ ଜଣାଇ ଜିଆରପିଏଫଙ୍କୁ ଡାକି ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲି। ଏହି ଘଟଣାରେ ରାଗ ରଖି ସ୍ବାମୀ ମୋତେ କାଳେ ମାଡ଼ ମରିବେ ସେ ଭୟରେ ମୁଁ ଲୁଚି ଏକ ଗାଡ଼ି କରି ବାପଘରକୁ ଚାଲି ଆସିଛି।’
[ad_2]