ସୋନପୁରରୁ ପ୍ରଚାର ଜୋର୍ କରିବ ବିଜେପି: ୨୫ରେ ଓଡ଼ିଶା ଆସିବେ ଶାହ – Kalinga News

[ad_1]
ଭୁବନେଶ୍ବରରେ ବିଜେପି ପଦାଧିକାରୀଙ୍କ ସହ ଆଲୋଚନା
ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଆସନ୍ତା ୨୫ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସୋନପୁରରେ ଏକ ଜନସଭାରେ ଉଦ୍ବୋଧନ ଦେବା ସହ ବିଜେପିର ନିର୍ବାଚନୀ ପ୍ରଚାର ରଣନୀତି କ’ଣ ରହିବ ତାହା ସ୍ପଷ୍ଟ କରିବେ। ସଂଧ୍ୟାରେ ଭୁବନେଶ୍ବର ଫେରି ଦଳର ନେତୃବର୍ଗଙ୍କ ସହ ନିର୍ବାଚନ ଲଢ଼ିବା ନେଇ ସ୍ବତନ୍ତ୍ର ରଣନୀତି ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କିଛିଦିନ ତଳେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ବେଳେ ଏହା ଉପରେ ଅମିତ ଶାହ ଏକମାତ୍ର କେନ୍ଦ୍ରୀୟ ନେତୃତ୍ବ ଭାବେ ଗଣମାଧ୍ୟମରେ ବିବୃତି ରଖିଥିଲେ। ମେଣ୍ଟ ନହେବାର କାରଣ ମଧ୍ୟ ସେ ହିଁ ଗଣମାଧ୍ୟମରେ କହିଥିଲେ। ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ୨୦୧୪ ମସିହାରୁ ସବୁଠୁ ଅଧିକ ଜୋର୍ ଦେଇ ଆସୁଥିବା କେନ୍ଦ୍ରୀୟ ନେତୃତ୍ବଙ୍କ ମଧ୍ୟରେ ଅମିତ ଶାହ ସବୁଠୁ ଆଗରେ। ହେଲେ ଯେଉଁଭଳି ପ୍ରଚାର ହୋଇଛି ସେଥିରେ ବିଜେପି ଗତ ଦୁଇଟି ନିର୍ବାଚନରେ ସରକାର ଗଢ଼ିବା ଭଳି ସ୍ଥିତିକୁ ଆସିପାରିନି। ତେଣୁ ଏଥର ଶାହ କେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଏଥିରେ ବିଜେପି କିପରି ସରକାର ଗଢ଼ିବ ସେନେଇ ସେ ଓଡ଼ିଶା ନେତାଙ୍କୁ ବୁଝାଇବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡ଼ିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢ଼ିବ। ୨୦୨୪ରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଯେପରି ବିଜେପି ସରକାର ହେବ ସେନେଇ ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ଶାଣିତ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଆସୁଛନ୍ତି। ୨୫ତାରିଖ ଅପରାହ୍ନରେ ସୋନପୁରରେ ଜନସଭାକୁ ଉଦ୍ବୋଧନ ଦେବା ପରେ ଭୁବନେଶ୍ବର ଫେରିବେ।

Sambad is now on WhatsApp
Join and get latest news updates delivered to you via WhatsApp
ସବୁଠୁ ରୋଚକର ବିଷୟ ହେଉଛି ଯେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବଙ୍କର ଏହା ହେବ ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ। ତାହା ପୁଣି ବିଜେପିର ସବୁଠୁ ଆକ୍ରମଣାତ୍ମକ ପ୍ରଚାରକ ଅମିତ ଶାହଙ୍କର। ଏହା ଆରମ୍ଭ ହେଉଛି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋନପୁରରୁ। ଏହି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ବୋଲି େଘାଷଣା କରିଛନ୍ତି। ତେଣୁ ଶାହଙ୍କ ପ୍ରଚାର କେବଳ ‘ଅବ୍ କି ବାର୍ ୪୦୦ ପାର୍’ରେ ସୀମିତ ରହିବ ନା ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ସମାଲୋଚନାରୁ ଆରମ୍ଭ ହେବ? ତାହା ଉପରେ ସମସ୍ତଙ୍କ ନଜର ରହିବ। କାରଣ ବର୍ତ୍ତମାନ ସୁଦ୍ଧା ଗତ ଦୁଇଟି ନିର୍ବାଚନରେ ଦେଶରେ ମୋଦୀ ହାୱା ଚାଲିଥିଲେ ବି ଓଡ଼ିଶାେର ନବୀନ ହାୱା ଆଗରେ ଏହା ବିଶେଷ କାମ ଦେଇନି। ଯେଉଁଥିପାଇଁ ଗତ ନିର୍ବାଚନରେ ବିଜେପିର ବ୍ୟାପକ ପ୍ରଚାର ସତ୍ତ୍ବେ ମାତ୍ର ୨୩ଟି ବିଧାନସଭା ଆସନ ଓ ୮ଟି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇପାରିଥିଲା। ଏବେ ଶାହ ସୋନପୁରରେ ଯେଉଁଭଳି ପ୍ରଚାର କରିବେ ତାହା ଉପରେ ନିର୍ଭର କରୁଛି ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ କେତେ ମାତ୍ରାରେ ତତ୍ପର ଅଛି।
[ad_2]