ଖେଳ ଖବର

ଆଇପିଏଲ୍‌-୨୦୨୪: ପଂଜାବକୁ ୩ ୱିକେଟରେ ପରାସ୍ତ କଲା ଗୁଜରାଟ – Kalinga News

[ad_1]

ମୁଲାନପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୭ତମ ମ୍ୟାଚ୍‌ ପଂଜାବକୁ ୩ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୩ ୱିକେଟ ହରାଇ ୧୪୬ ରନ୍‌ କରି ବିଜୟ ହୋଇଛି । ଗୁଜୁରାଟ ପକ୍ଷରୁ ଶୁବମାନ ଗିଲ ୩୫ ରନ୍‌, ସାଇ ସୁଦର୍ଶନ ୩୧ ରନ୍‌ ଓ ରାହୁଲ ତେୱତିଆ ଦମ୍‌ଦାର ୧୮ ବଲରେ ୩୬ ରନ୍‌ କରି ଗୁଜୁରାଟକୁ ବିଜୟ ଦେଇଥିଲେ । ଅନ୍ୟପଟେ ପଂଜାବ ପକ୍ଷରୁ ହର୍ଷଲ ପଟେଲ ୩ଟି ୱିକେଟ ନେଇଥିବା ବେଳେ ସାମ  କରଣ, ଅର୍ଶଦୀପ ସିଂ ୧-୧ ୱିକେଟ ନେଇଥିଲେ କିନ୍ତୁ ପଞ୍ଜାବକୁ ବିଜୟ ଦେଇ ପାରିନଥିଲେ । ଏହି ବିଜୟ ସହ ଗୁଜୁରାଟ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ଷଷ୍ଠରେ ରହିଛି ।

ପ୍ରଥମ ପାଳିରେ ପଂଜାବ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସାମ୍‌ କୁରାନ୍‌ଙ୍କ ନେତୃତ୍ବରେ ଟିମ୍‌ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୨ ରନ୍‌ କରିଛି। ଫଳରେ ଅତିଥି ଟିମ୍‌କୁ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚରେ ଗୁଜରାଟର ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଗୁଜରାଟ ପକ୍ଷରୁ ରବିଶ୍ରୀନିବାସ ସାଇ କିଶୋର ନେଲେ ୪ ୱିକେଟ୍‌ ନେଇଛନ୍ତି। ମୋହିତ ଶର୍ମା ଓ ନୁର ଅମହଦ ୨-୨ ୱିକେଟ ଏବଂ ରସିଦ ଖାନ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି।

ପଂଜାବର ପାଳି ଆରମ୍ଭ କରିଥିଲେ ଅଧିନାୟକ କୁରାନ୍‌ ଓ ପ୍ରଭସିମରନ ସିଂହ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୫୨ ରନ୍‌ର ଭାଗିଦାରୀ କରିପାରିଥିଲେ। ପ୍ରଭସିମରନ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୫ ରନ୍‌ କରିଥ‌େିଲ। ସେ ୨୧ଟି ବଲ୍‌ ଖେଳି ୩ଟି ଚୌକା ଓ ୩ଟି ଛକା ମାରିଥିଲେ। କୁରାନ ୧୯ଟି ବଲ୍‌ ଖେଳି ୨୦ ରନ୍‌ କରିଥିଲେ। ହରପ୍ରୀତ ବାର ୨୯ ରନ୍‌, ଜିତଶେ ଶର୍ମା ୧୩ ରନ୍‌ ଓ ହରପ୍ରୀତ ସିଂହ ଭାଟିଆ ୧୪ ରନ୍‌ କରିଥିଲେ। ଅନ୍ୟ ବ୍ୟାଟରମାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button