୫୦ତମ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: ଅମିତ ‘କଳିଙ୍ଗ କୁମାର’, ବାଦଲ ‘ଭୁବନେଶ୍ବର କୁମାର’ – Kalinga News
[ad_1]
ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ରାମେଶ୍ବର କ୍ଲବ୍ ପକ୍ଷରୁ ଅନୁଷ୍ଠିତ ୫୦ତମ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତା ବିଜୟ ସହ ଅମିତ କୁମାର ଭୂୟାଁ ‘କଳିଙ୍ଗ କୁମାର’ ମୁକୁଟ ପାଇଥିବା ବେଳେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ବାଦଲ ବେହେରା ‘ଭୁବନେଶ୍ବର କୁମାର’ ଉପାଧି ପାଇଛନ୍ତି। ରାଜ୍ୟସ୍ତରରେ ବାଦଲ ବେହେରା, ସତ୍ୟନାରାୟଣ ସାହୁ, ପାର୍ଥ ସାରଥି ଜେନା, ସୂର୍ଯ୍ୟକାନ୍ତ ପ୍ରଧାନ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ସେହିଭଳି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସୂର୍ଯ୍ୟକାନ୍ତ ପ୍ରଧାନ, ପାର୍ଥ ସାରଥି ଜେନା, ବିନ୍ଦୁସାଗର କଳସ, ପ୍ରମୋଦ କୁମାର ସ୍ବାଇଁ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ରାମେଶ୍ବର କ୍ଲବ୍ ସଭାପତି ଅଜୟ କୁମାର ଦୀକ୍ଷିତ, ସମ୍ପାଦକ ଦୀପକ ମହାପାତ୍ର, ଉପଦେଷ୍ଟା ମହେଶ୍ବର ପଣ୍ଡା, ରମେଶ ଚନ୍ଦ୍ର ବାରିକ, ଉପ ସଭାପତି ମୃତ୍ୟଞ୍ଜୟ ପଣ୍ଡା, ଧୀରାଜ ମହାପାତ୍ରଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭାରତ କୁମାର, ବିରଜା ପ୍ରସାଦ ଦାସ ମଧ୍ୟ ଅତିଥି ଥିଲେ। ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ରାଜକିଶୋର ମଲ୍ଲିଆ, ଜିତେନ୍ଦ୍ର କୁମାର ଜେନା, କେଦାରନାଥ ରାଉତ ବିଚାରକ ଭାବେ ଏବଂ ଦିବାକର ପ୍ରହରାଜ, ବିନୋଦ ମହାରଣା ଷ୍ଟେଜ୍ ମାର୍ଶାଲ୍ ଦାୟିତ୍ବ ତୁଲାଇଥିଲେ।
[ad_2]