ଅପରାଧ

କେବୁଲ୍‌ ଅପରେଟର୍‌ଙ୍କ ସର୍ଭର୍‌ ହ୍ୟାକ୍‌: ୧୦ ଲକ୍ଷ ଟଙ୍କା ଦାବିକରୁଛି ହ୍ୟାକର୍‌ – Kalinga News

[ad_1]

ସାଇବର ଥାନାରେ ମାମଲା

ଭୁବନେଶ୍ବର: ଜଣେ ଟିଭି କେବୁଲ୍‌ ଅପରେଟର୍‌ଙ୍କ ସର୍ଭର୍‌ ହ୍ୟାକ୍ କରି ୧୦ ଲକ୍ଷ ଟଙ୍କା ଦାବି କରୁଛି ହ୍ୟାକର୍‌। ରାଜଧାନୀରେ ଏଭଳି ସାଇବର୍‌ ଆଟାକ୍‌କୁ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ସାଇବର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ହଜାର ହଜାର ଉପ‌ଭୋକ୍ତା ଓ ବେପାର ପ୍ରଭାବିତ ହେବା ଆଶଙ୍କାରେ କେବୁଲ୍‌ ଅପରେଟର୍‌ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଯାଁଳାରେ ରହିଛି ଶୁଭମ୍‌ କେବୁଲ୍‌ ଅପରେଟର୍‌ ସଂସ୍ଥା। ଏହି ସଂସ୍ଥା ଯାଁଳା, ମେଣ୍ଢାଶାଳ, ଜଟଣୀ, ଖୋର୍ଦ୍ଧା, ବାଙ୍କୀ, ନାଚୁଣୀ, ପୁବୁସାହି ଆଦି ଅଞ୍ଚଳରେ ଟିଭି କେବୁଲ୍‌ ସଂଯୋଗ ଦେଇଛି। ସଂସ୍ଥା ଅଧୀନରେ ପ୍ରାୟ ୧୦ ହଜାରରୁ ଅଧିକ ଉପଭୋକ୍ତା ଅଛନ୍ତି। ସଂସ୍ଥାର ମାଲିକ ବିଭୁ ପ୍ରସାଦ ମହାପାତ୍ରଙ୍କ କହିବା କଥା ଶନିବାର ସକାଳେ ସେ କିଛି ଉପଭୋକ୍ତାଙ୍କ ଅଭିଯୋଗ ପାଇଥିଲେ। ସେମାନଙ୍କ ଟିଭିରେ କୌଣସି ଚ୍ୟାନେଲ୍ ଆସୁନାହିଁ ବୋଲି ଅଭିଯୋଗ କରିଥିଲେ। ତେଣୁ ସର୍ଭର୍‌ ଚେକ୍‌ କରିଥିଲେ। ସେତେବେଳେ ତାଙ୍କ ସିଷ୍ଟମ୍‌ ହ୍ୟାକ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ସର୍ଭର‌୍ ସମସ୍ତ ଫୋଲ୍‌ଡର୍‌ରେ ହ୍ୟାକର୍‌ର ଇ-ମେଲ୍‌ ଆଇଡିରୁ ଏକ ମେସେଜ୍‌ ଥିଲା। ୧୦ ଲକ୍ଷ ଟଙ୍କା ନଦେଲେ, ସର୍ଭର୍‌କୁ ପୂରା ଅଚଳ କରିଦିଆଯିବ ବୋଲି ଧମକପୂର୍ଣ୍ଣ ମେସେଜ୍‌ ଥିଲା। ବିଭୁଙ୍କ କହିବା କଥା ହ୍ୟାକିଂ ଯୋଗୁ ଚ୍ୟା‌ନେଲ୍‌ ପ୍ରସାରଣ କ୍ଷେତ୍ରରେ ବହୁ ବିଭ୍ରାଟ ସୃଷ୍ଟି ହୋଇଛି। ଯେଉଁ ସର୍ଭର୍‌ ହ୍ୟାକ୍‌ ହୋଇଛି, ସେଥିରେ ଉପଭୋକ୍ତାମାନଙ୍କ ଡାଟା ବେସ୍‌ ଓ ଲୋକାଲ୍‌ ଅପରେଟର୍‌ମାନଙ୍କ ଡିଟେଲସ୍ ରହିଛି। ତେଣୁ ୧୦ ଲକ୍ଷ ଟଙ୍କା ଦାବି କରିଥିବା ହ୍ୟାକର୍‌ ତାଙ୍କ ସର୍ଭର୍‌କୁ ଅଚଳ କରିବା ଫଳରେ ତାଙ୍କ ବେପାର ପ୍ରଭାବିତ ହେବ। ଏଭଳି କାଣ୍ଡ ପଛରେ କୌଣସି ବ୍ୟାବସାୟିକ ଶତ୍ରୁର ହାତ ରହିଛି କି ପ୍ରକୃତରେ ଟଙ୍କ ପାଇଁ ବ୍ଲାକ୍‌ମେଲ୍ କରୁଛି, ତାହା ପୁଲିସ ହିଁ ତଦନ୍ତରୁ ବାହାର କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button