ମନୋରଞ୍ଜନ

ସୁସ୍ଥ ହୋଇଯିବାର ଆଶା ରଖିଥିବା ସୁରଭି ଜୀବନ ଯୁଦ୍ଧରେ ହାରିଗଲେ – Kalinga News

[ad_1]

ନୂଆଦିଲ୍ଲୀ: ଫ୍ୟାସନ ଇନଫ୍ଲୁଏନସର ସୁରବି ଜୈନଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।  ମାତ୍ର ୩୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଖବର ଣୁଣି ଫ୍ୟାସନ ଇଣ୍ଡଷ୍ଟ୍ରିର ସମସ୍ତ ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ଏହା ଗୁଜବ ନୁହେଁ ତ ବୋଲି କିଛି‌ଲୋକ ପ୍ରଶ୍ନ କରିଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୁରଭି ତିନି ବର୍ଷ ପୂର୍ବେ ଗର୍ଭାଶୟ କର୍କଟ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଚିକିତ୍ସା ପାଇଁ ଅସ୍ତ୍ରୋପଚାର କରାଇଥିଲେ। ଗତମାସରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରିକରି ଶେଷରେ ସୁରଭି ହାରିଯାଇଛନ୍ତି। ଏକମାସ ପୂର୍ବେ ସୁରଭି ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଥିଲେ।

ସୁରଭି ଫ୍ୟାସନ ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ ଥିଲେ। ସୁରଭି ଜୈନ ତାଙ୍କ ଶେଷ ପୋଷ୍ଟରେ କହିଥିଲେ, ମୁଁ ଅନେକ ଅସୁବିଧା ଓ କଷ୍ଟ ଯନ୍ତ୍ରଣା‌ ଦେଇ ଗତି କରୁଛି। ଖାଇବା ଓ ପିଇବାରେ ଅନେକ ଅସୁବିଧା ହେଉଛି। ଆଇଭି ଟ୍ୟୁବ୍ ଜରିଆରେ ତରଳ ପଦାର୍ଥ ଖାଇବାକୁ ଦିଆଯାଉଛି। ବାସ ମୋତେ ଏତିକି ଆର୍ଶୀବାଦ କରନ୍ତୁ ମୁଁ ଶୀଘ୍ର ସୁସ୍ଥ ହୋଇଯାଏ। ଏ ଯନ୍ତ୍ରଣା କମ ହୋଇଯାଉ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button