ମନୋରଞ୍ଜନ

କାନ୍ଦିକାନ୍ଦି ଅଚେତ ହୋଇ ପଡ଼ିଲେ ବିଗବସ ଓଟିଟି ପ୍ରତିଯୋଗୀ – Kalinga News

[ad_1]

ନୂଆଦିଲ୍ଲୀ: ବିଗବସ ଓଟିଟି ସିଜନ-୩ ଆରମ୍ଭ ହେବାର ସପ୍ତାହେ ନପୁରୁଣୁ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି।

ଯେଉଁଥିରେ ଅଭିନେତା ରଣବୀର ସୌରୀ ଓ ୟୁଟ୍ୟୁବର ଶିବାନୀ ଅନ୍ୟ ପ୍ରତିଯୋଗୀଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି। ଭିଡିରେ ରଣବୀର ସୌରୀ କାନ ଧରି ଘରସାରା ବୁଲିବୁଲି କ୍ଷମା ମାଗୁଛନ୍ତି।

ସେହିପରି  ଶିବାନୀ କାନ୍ଦିକାନ୍ଦି ବିଗବସଙ୍କୁ କହୁଛନ୍ତି, ‘ମୋତେ ଆଉ କୌଣସି ଦଣ୍ଡଦେଇ ଦିଅନ୍ତୁ, ମୁଁ ଏହାକୁ କରି ପାରିବି ନାହିଁ।’ ଶିବାନୀ ନିଜ କାନ୍ଦକୁ ଅଟାଇ ପାରି ନଥିଲେ। ସେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲେ। ଏହାପରେ ଅରମାନ ତାଙ୍କୁ ଉଠାଇ ମେଡିକାଲ ରୁମ ପର୍ଯ୍ୟନ୍ତ ନେଇ ଯାଇଥିଲେ।

ଶିବାନୀଙ୍କ ଏଭଳି ଅବସ୍ଥା ଦେଖି ବିଗବସର ଅନ୍ୟ ପ୍ରତିଯୋଗୀମାନେ ଚିନ୍ତାରେ ପଡ଼ିଯାଇଥିଲେ। ‌ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ  ଶିବାନୀ ଓ ରଣବୀର କେଉଁ କାରଣରୁ ଏଭଳି କାନ୍ଦୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ତେବେ ବିଗବସ ଓଟିଟି ସିଜନ-୩ରେ ଭାଗନେଇଥିବା ପ୍ରତିଯୋଗୀଙ୍କୁ ନେଇ କିଛି ଟେଲି କଳାକାର ଟ୍ରୋଲ କରୁଛନ୍ତି। ସୋ’ ଆରମ୍ଭ ଦିନରୁ ଲୋକପ୍ରିୟ ୟୁୂଟ୍ୟୁବର ଅରମାନ ମଲ୍ଲିକ ତାଙ୍କର ଦୁଇଜଣ ସ୍ତ୍ରୀ ପାୟଲ ଓ କ୍ରିତିକାଙ୍କ ଲଭଷ୍ଟାରିକୁ ନେଇ ଟ୍ରୋଲ କରୁଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button