ରାଜନୀତି

ରୋଚକ ମୋଡ଼ରେ ମାହାଙ୍ଗା ରାଜନୀତି: ଚେହେରା ବଦଳାଇଲେ ବିଜେଡି, ବିଜେପି – Kalinga News

[ad_1]

କଟକ: କଟକର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗାର ରାଜନୈତିକ ଦୃଶ୍ୟପଟ୍ଟ ଏଥର ଅପ୍ରତ୍ୟାଶିତ ଭାବେ ବଦଳି ଯାଇଛି। ଗଲା ଦୁଇଟି ନିର୍ବାଚନରେ ପରସ୍ପରକୁ ଟକ୍କର ଦେଇ ଆସୁଥିବା ବିଧାୟକ ପ୍ରତାପ ଜେନା ଓ ସାରଦା ପ୍ରଧାନ ଏଥର ଟିକେଟ ପାଇ ନାହାନ୍ତି। ଯଦିଓ ବିଜେଡି ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ ଦେଇଛି ବିଜେପି କିନ୍ତୁ ସାରଦାଙ୍କୁ ଟିକେଟ ‌ନ ଦେଇ ତାଙ୍କ ସ୍ଥାନରେ ନବାଗତ ସୁମନ୍ତ ଘଡେଇଙ୍କୁ ପ୍ରାର୍ଥୀ କରିଛି। ଦଳର ଏହି ନିଷ୍ପତ୍ତିରେ ସାରଦା ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଯଦି ସେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି ତେବେ ତାହା ହୁଏତ ବିଜେପି ପ୍ରାର୍ଥୀଙ୍କୁ ଅଡୁଆରେ ପକାଇବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ପ୍ରତାପ ଓ ସାରଦାଙ୍କୁ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଦେବେନ୍ଦ୍ର ସାହୁଙ୍କୁ କିନ୍ତୁ କଂଗ୍ରେସ ପୁଣି ଥରେ ସୁଯୋଗ ଦେଇଛି। ପୁଅ ଅଙ୍କିତଙ୍କ ପାଇଁ ପ୍ରତାପ ଜେନା ନିର୍ବାଚନ ପରିଚାଳନା କରିବା ସହ ଉଭୟ ଅଙ୍କିତ ଓ ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏଭଳି ପରିବର୍ତ୍ତିତ ରାଜନୈତିକ ସ୍ଥିତି ଏବେ ମାହାଙ୍ଗା ରାଜନୀତିକୁ ରୋଚକ ମୋଡରେ ପହଞ୍ଚାଇଛି।

ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ ମନ୍ତ୍ରୀ ମତଲୁବ୍‌ ଅଲ୍ଲୀ, ବିକ୍ରମ କେଶରୀ ବର୍ମାଙ୍କ ଭଳି ନେତା ପ୍ରତିନିଧିତ୍ବ କରି ଆସିଥିବା ବେଳେ ପ୍ରତାପ ଜେନା ବି ଏହି ଆସନରୁ ହାଟ୍ରିକ୍‌ ବିଜୟ ହାସଲ କରିଛନ୍ତି। ପ୍ରତାପ ଏବେ ପୂରା ପରିବାର ସହିତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟଧାରା ଓ ବାପା ପ୍ରତ‌ାପ ଜେନା ମାହାଙ୍ଗା ନିର୍ବାଚନମଣ୍ଡଳୀ ବିକାଶ ପାଇଁ ‌ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାହାକୁ ଆଧାର କରି ସେ ସମର୍ଥନ ଲୋଡିବେ ବୋଲି ଅଙ୍କିତଙ୍କ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ନ ପହଞ୍ଚି ବାଟମାରଣା ହେବା, ମାହାଙ୍ଗା ଡବଲ ମର୍ଡର, ପାଣି, ରାସ୍ତାଘାଟ ଭଳି ମାହାଙ୍ଗାର ମୌଳିକ ସମସ୍ୟାକୁ ନେଇ ସେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ବିଜେପି ପ୍ରାର୍ଥୀ ସୁମନ୍ତ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ କହିବା ଅନୁଯାୟୀ ମାହାଙ୍ଗା ରାଜନୈତିକ ହିଂସାକାଣ୍ଡଙ୍କୁ ନେଇ ନିନ୍ଦିତ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ବିଦ୍ୟାଳୟ ଗୁଡିକର ଶୋଚନୀୟ ସ୍ଥିତି, ଜଳ ସେଚନ ସମସ୍ୟାରେ ମାହାଙ୍ଗାବାସୀ ଅତିଷ୍ଠ ହେଲେଣି। କଂଗ୍ରେସ ଅମଳରେ ଯାହାକିଛି ଶିଳ୍ପ ହୋଇଥିଲା ତାକୁ ସବୁ ବନ୍ଦ କରିଦିଆଗଲା। ଏସବୁ ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ଦେବେନ୍ଦ୍ର କହିଛନ୍ତି। କଟକ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମାହାଙ୍ଗାରେ ସର୍ବାଧିକ ୨ ଲକ୍ଷ ୭୦ ହଜାର ୧୨୮ ଭୋଟର ମାହାଙ୍ଗାରେ ଅଛନ୍ତି। ନିର୍ବାଚନ ମଣ୍ଡଳୀର ୩୦୯ ବୁଥରେ ୧ ଲକ୍ଷ ୩୯ ହଜାର ୬୬୪ ଜଣ ପୁରୁଷ, ୧ ଲକ୍ଷ ୩୦ ହଜାର ୫୦୨ ଜଣ ମହିଳା, ୧୬ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଏଥର ମତଦାନ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button