ରାଜନୀତି

ମୋଦୀ ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଲୋକଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ – Kalinga News

[ad_1]

ଭୁବନେଶ୍ବର: କେନ୍ଦ୍ରରେ ୧୦ବର୍ଷର ମୋଦୀ ସରକାର ଓ ରାଜ୍ୟରେ ୨୪ବର୍ଷର ନବୀନ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ। ଉଭୟ ବିଜେପି ଓ ବିଜେଡି ସରକାରର ମିଥ୍ୟା ପ୍ରତିଶ୍ରୁତିକୁ ଲୋକଙ୍କ ଆଗରେ ଉପସ୍ଥାପନ କରିବ କଂଗ୍ରେସ। କଂଗ୍ରେସର ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ପ୍ରତି ଘରେ ପହଞ୍ଚାଇବ। ଦେଶର ୧୪୦ କୋଟି ଜନତାଙ୍କ ନ୍ୟାୟ ପାଇଁ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସିର ମିଡିଆ ସଂଯୋଜକ ପ୍ରଭାତ କୁମାର କହିଥିଲେ, ନିକଟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍‌କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହି ବଣ୍ଡ୍‌ ସ୍ବାଧୀନ ଭାରତର ଏକ ମହାଦୁର୍ନୀତି। ବି‌ଭିନ୍ନ ଯାଞ୍ଚ ସଂସ୍ଥାକୁ ବ୍ୟବହାର କରି ବିଜେପି ଡରାଇ ଧମକାଇ ଚାନ୍ଦା ଆଦାୟ କରିଛି। ବିଜେଡି ମଧ୍ୟ ଆଞ୍ଚଳିକ ଦଳମାନଙ୍କ ଭିତରେ ଦ୍ବିତୀୟ ସର୍ବାଧିକ ଚାନ୍ଦା ପାଇଛି। ତେଣୁ ବିଜେପି ଓ ବିଜେଡି ନିର୍ବାଚନୀ ବଣ୍ଡ୍‌ ଜରିଆରେ ଅସାମ୍ବିଧାନିକ ଉପାୟରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। କିଛି ନିର୍ଦ୍ଦିଷ୍ଟ କମ୍ପାନି ଓ ସେମାନଙ୍କ ମିତ୍ରମାନଙ୍କୁ ମୋଦୀ ଓ ନବୀନ ସରକାର ଲାଭାନ୍ବିତ କରିଛନ୍ତି। ବର୍ଷକୁ ୨କୋଟି ନିଯୁକ୍ତି ଦେବାକୁ ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି।

ସେହିପରି ଓଡ଼ିଶାରେ ୨ଲକ୍ଷରୁ ଅଧିକ ସରକାରୀ ପଦବି ଖାଲି ପଡ଼ିଛି। ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାକୁ କହିଥିବା ବିଜେଡି ସରକାର ରାଜ୍ୟର ଯୁବକଯୁବତୀଙ୍କୁ ପ୍ରତାରିତ କରିଛନ୍ତି। ଦେଶ ତଥା ଓଡ଼ିଶାରେ ମହିଳାଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଉଭୟ ସରକାର କୌଣସି କାମ କରି ନାହାନ୍ତି। ଦେଶବାସୀଙ୍କ ଆଶୀର୍ବାଦ ପାଇଲେ କଂଗ୍ରେସ ସବୁ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାସ ଓ ଦେବାଶିଷ ଭୂୟାଁ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button