ରାଜନୀତି

‘ଦୁଇ ରାଜକୁମାରଙ୍କ ଫିଲ୍ମ ପ୍ରତ୍ୟାଖ୍ୟାତ’: ରାହୁଲ, ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦୀ – Kalinga News

[ad_1]

ଅମରୋହା: ଶୁକ୍ରବାର ଉତ୍ତରପ୍ରଦେଶର ଅମରୋହାଠାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଦୁଇ ରାଜକୁମାରଙ୍କ ଅଭିନୀତ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେ କହିଛନ୍ତି, ପୁଣି ଥରେ ଉତ୍ତରପ୍ରଦେଶରେ ଦୁଇ ରାଜକୁମାରଙ୍କ ଅଭିନୀତ ଏକ ଫିଲ୍ମର ସୁଟିଂ ଚାଲିଛି, ଯାହାକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଛି।

ପ୍ରତିଥର ସେମାନେ ପରିବାରବାଦ, ଦୁର୍ନୀତି ଓ ତୁଷ୍ଟୀକରଣର ଝୁଡ଼ି ଧରି ୟୁପିବାସୀଙ୍କଠାରୁ ଭୋଟ୍ ମାଗିବାକୁ ବାହାରନ୍ତି। ନିଜ ପ୍ରଚାରରେ ସେମାନେ ଆମର ବିଶ୍ୱାସ ଉପରେ ଆକ୍ରମଣ କରିବାର କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏଠାରୁ କଂଗ୍ରେସ ପ୍ରାର୍ଥୀଙ୍କୁ ‘ଭାରତ ମାତା କୀ ଜୟ’ କହିବାରେ ମଧ୍ୟ ଅସୁବିଧା ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହୋଇଥିଲା ସେତେବେଳେ ଉଭୟ ସପା ଓ କଂଗ୍ରେସ ‘ପ୍ରାଣପ୍ରତିଷ୍ଠା’ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ସେମାନେ ପ୍ରତିଦିନ ସନାତନ ଧର୍ମର ଅପମାନ କରୁଛନ୍ତି ଏବଂ ଭଗବାନ ରାମଙ୍କ ଭକ୍ତମାନଙ୍କୁ ଭଣ୍ଡ ବୋଲି କହୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button