ଖେଳ ଖବର

ଜାଏଣ୍ଟସ୍‌କୁ ହରାଇଲା କ୍ୟାପିଟାଲ୍ସ: ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍‌ରେ – Kalinga News

[ad_1]

ନୂଆଦିଲ୍ଲୀ: ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି)କୁ ୧୯ ରନ୍‌ରେ ହରାଇବା ସହ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫ୍‌ ଦୌଡ଼ରେ ଏବେ ବି ଜୀବିତ ରହିଛି। ଦିଲ୍ଲୀ ଏବେ ୧୪ ପଏଣ୍ଟରେ ପହଞ୍ଚିଥିଲେ ମଧ୍ୟ ପ୍ଲେଅଫ୍‌କୁ ଯିବାକୁ ହେଲେ ଅନ୍ୟ ଦଳଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ। କିନ୍ତୁ ନେଟ୍‌ରନ୍‌ରେଟ୍‌ କସରତ ଓ ଅନ୍ୟ ଦଳଙ୍କ ପ୍ରଦର୍ଶନକୁ ନଜରରେ ରଖିଲେ ଦିଲ୍ଲୀ ପାଇଁ ଏହି ଲକ୍ଷ୍ୟ କ୍ଷୀଣ ରହିଛି। ସେହିପରି ଏଲ୍‌ଏସ୍‌ଜିର ମଧ୍ୟ ଆଉ ଗୋଟିଏ ମ୍ୟାଚ୍‌ (ମୁମ୍ବାଇ ଇଣ୍ଡିଆନ୍ସ) ବଳକା ରହିଛି। ଶେଷ ମ୍ୟାଚ୍‌ ଜିତିଲେ ଦଳ ଯଦିଓ ୧୪ ପଏଣ୍ଟରେ ପହଞ୍ଚିଯିବ, କିନ୍ତୁ ଏନ୍‌ଆର୍‌ଆର୍‌ରେ ଯେଉଁଭଳି ଉନ୍ନତି ଆସିବା କଥା ତାହା ପାଇବା ଭଳି ସମ୍ଭାବନା ନାହିଁ। ତେଣୁ ଏଲ୍‌ଏସ୍‌ଜି ପାଇଁ ମଧ୍ୟ ପ୍ଲେଅଫ୍‌ ଯାତ୍ରା କଠିନ ରହିଛି। ଏହି ଫଳାଫଳ ସହ କେ‌େ‌କଆର୍‌ ପରେ ଦ୍ବିତୀୟ ଦଳ ଭାବେ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍‌ ପ୍ରବେଶକୁ ନିଶ୍ଚିତ କରିଛି।

ଦିଲ୍ଲୀର ୨୦୯ ରନ୍‌ର ଲକ୍ଷ୍ୟକୁ ପିଛା କରି ଏଲ୍‌ଏସ୍‌ଜି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାୱାରପ୍ଲେ ଭିତରେ କେଏଲ୍‌ ରାହୁଲ (୫), କ୍ବିଣ୍ଟନ ଡି’କକ୍‌ (୧୨), ମାର୍କସ ଷ୍ଟୋଇନିସ୍‌ (୫) ଓ ଦୀପକ ହୁଡ଼ା (୦) ଆଉଟ୍‌ ହୋଇଯାଇଥିଲେ। ଏହାଭିତରୁ ୩ ୱିକେଟ୍‌ ନେଇ ଈଶାନ୍ତ ଶର୍ମା ଏଲ୍‌ଏସ୍‌ଜିକୁ ଚାପରେ ରଖିଥିଲା ବେଳେ ୭୧ରନ୍‌ ଭିତରେ ଦଳ ଅଧା ୱିକେଟ୍‌ ହରାଇସାରିଥିଲା। ନିକୋଲାସ ପୂରନ (୬୧) ଓ ଶେଷ ଆଡ଼କୁ ଅର୍ଶଦ ଖାନ୍‌ (୫୮*) ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରି ନଥିଲେ। ଦିଲ୍ଲୀର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଈଶାନ୍ତ ଶର୍ମା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ପୂର୍ବରୁ ଏଲ୍‌ଏସ୍‌ଜି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ଜ୍ୟାକ୍‌ ଫ୍ରେଜର୍‌ ମ୍ୟାକଗର୍କଙ୍କୁ ଅର୍ଶଦ ଖାନ୍‌ ଆଉଟ୍‌ କରି ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା କିନ୍ତୁ ଦିଲ୍ଲୀ ବ୍ୟାଟିଂରେ ସେତେଟା ପ୍ରଭାବ ପକାଇ ନଥିଲା। ଅଭିଷେକ ପୋରେଲ୍‌ (୩୩ ବଲ୍‌ରୁ ୫୮) ଓ ସାଇ ହୋପ୍‌ (୩୮) ପାୱାରପ୍ଲେରୁ ୭୩ ରନ୍‌ ଯୋଡ଼ିବା ସହ ଦ୍ବିତୀୟ ୱିକେଟ୍‌ରେ ୯୪ ରନ୍‌ର ଭାଗୀଦାରି କରିଥିଲେ। ଦ୍ରୁତ ଖେଳିବା ସହ ୨୧ ବଲ୍‌ରୁ ଅର୍ଦ୍ଧଶତକ କରିଥିବା ଅଭିଷେକଙ୍କୁ ନବୀନ୍‌-ଉଲ୍‌-ହକ୍‌ ଆଉଟ୍‌ କରିଥିଲେ। ଋଷଭ ପନ୍ତ (୩୩) ଓ ତ୍ରିଷ୍ଟନ ଷ୍ଟବ୍ସ ମିଳିତ ଭାବେ ୩୧ ବଲ୍‌ରୁ ୪୭ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିବା ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଷ୍ଟବ୍ସ (୨୫ ବଲ୍‌ରୁ ୫୭*) ଦଳକୁ ୨୦୦ ନିକଟତର କରାଇଥିଲେ। ପାୱାରପ୍ଲେରୁ ଦିଲ୍ଲୀ ୧୨.୧୬ ଓ ଶେଷ ୫ ଓଭରରୁ ୧୪.୪ ହାରରେ ରନ୍‌ ସଂଗ୍ରହ କରିଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୦୮/୪ (ଅଭିଷେକ ପୋରେଲ୍‌-୫୮, ତ୍ରିଷ୍ଟନ ଷ୍ଟବ୍ସ-୫୭*, ସାଇ ହୋପ୍‌-୩୮, ଋଷଭ ପନ୍ତ-୩୩, ନବୀନ୍‌-ଉଲ୍‌-ହକ୍‌-୨/୫୧, ରବି ବିଷ୍ଣୋଇ-୧/୨୬)। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୧୮୯/୯ (ନିକୋଲାସ ପୂରନ-୬୧, ଅର୍ଶଦ ଖାନ୍‌-୫୮*, ଈଶାନ୍ତ ଶର୍ମା-୩/୩୪, ତ୍ରିଷ୍ଟାନ ଷ୍ଟବ୍ସ-୧/୪, ଅକ୍ଷର ପଟେଲ୍‌-୧/୨୦, ଖଲିଲ ଅହମ୍ମଦ-୧/୨୨, ମୁକେଶ କୁମାର-୧/୨୨, କୁଲଦୀପ ୟାଦବ-୧/୩୩)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button