ଦେଶ- ବିଦେଶ

ମଧ୍ୟପ୍ରଦେଶରେ ଆତଙ୍କ: ମହିଳାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଅତ୍ୟାଚାର, ପାଟିରେ ଲଙ୍କାଗୁଣ୍ଡ ପୂରାଇ ଅଠା ମାରିଦେଲା ଅଭିଯୁକ୍ତ – Kalinga News

[ad_1]

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଜଣେ ୨୩ ବର୍ଷୀୟା ମହିଳା ତାଙ୍କର ଜଣେ ପଡ଼ୋଶୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମ ପରେ ମହିଳା ଜଣଙ୍କ ନିର୍ମମ ନିର୍ଯାତନାର ଶିକାର ହୋଇଛନ୍ତି। ଉକ୍ତ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଆୟନ ପଠାନ। ମହିଳାଙ୍କ ଅନୁଯାୟୀ ପଠାନ ତାଙ୍କୁ ଲଗାତାର ନିର୍ଯାତନା ଦେଇ ଚାଲିଲା। ତାଙ୍କୁ ଏକ ପ୍ଲାଷ୍ଟିକ ପାଇପ୍ ଏବଂ ବେଲ୍ଟରେ ବାଡ଼େଇବା ସହ ତାଙ୍କ ଆଖି ପାଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଉଥିଲା। ମହିଳାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ଆୟନ ପଠାନ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଥିଲା। କିନ୍ତୁ ତାଙ୍କ ମା’ ତାଙ୍କୁ ଆକଟ କରିଥିଲେ। ମହିଳାଙ୍କ ମା’ ତାଙ୍କୁ ଶିବପୁରୀ ନେଇଯାଇଥିଲେ। କିନ୍ତୁ ସେ ପୁଣିଥରେ ଶିବପୁରୀରୁ ଗୁନାକୁ ଫେରି ଆସିଥିଲେ ଏବଂ ଅଭିଯୁକ୍ତ ପଠାନ ସହ ରହିଥିଲେ। କିଛି ମାସ ପରେ ପଠାନ ପୀଡ଼ିତା ମହିଳାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା ଏବଂ ନିଜ ଘର ତାଙ୍କ ନାଁରେ କରିଦେବାପାଇଁ କହିଥିଲା। କିନ୍ତୁ ପୀଡ଼ିତା ମନା କରିବାରୁ ସେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button