ଶିବସେନାରେ ଯୋଗ ଦେବେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଞ୍ଜୟ ନିରୁପମ୍! – Kalinga News

[ad_1]
ମୁମ୍ବାଇ: କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଞ୍ଜୟ ନିରୁପମ୍ ଶିବସେନା (ଏକନାଥ ସିନ୍ଦେ)ରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ସେ ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ତେବେ କେଉଁ ଦିନ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବେ ସେନେଇ କୌଣସି ସୂଚନା ମିଳିନାହିଁ। ସେ ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଜର ଇଚ୍ଛା ଜାହିର କରିଥିଲେ। ହେଲେ ତାଙ୍କୁ ସେହି ସୁଯୋଗ ଦେଇନଥିଲା ମହାବିକାଶ ଅଗାଡ଼ି। ଏନେଇ ସଞ୍ଜୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାଛଡ଼ା ସେ ଅନେକ ସମୟରେ ନିଜର ବୟାନବାଜି ଯୋଗୁ ମହାବିକାଶ ଅଗାଡ଼ିକୁ ଅଡ଼ୁଆରେ ପକାଉଥିଲେ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସ ଦଳ ବିରୋଧୀ ବୟାନ ଦେଉଥିବାରୁ ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିବା କହିଥିଲା କଂଗ୍ରେସ। ଏହାପୂର୍ବରୁ କଂଗ୍ରେସ ନିରୁପମଙ୍କ ନାମକୁ ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟ ହଟାଇ ଦେଇଥିଲା। ତେବେ କଂଗ୍ରେସ ବହିଷ୍କାର କରିଥିବା ଦାବି କରୁଥିବା ବେଳେ ସଞ୍ଜୟ ଇସ୍ତଫା ଦେଇଥିବା ଦାବି କରିଥିଲେ।
ଏକ୍ସରେ ତାଙ୍କର ଇସ୍ତଫା ପତ୍ର ସେୟାର କରି କଂଗ୍ରେସ ବହିଷ୍କାର କରିବା ପୂର୍ବରୁ ସେ ଇସ୍ତଫା ଦେଇସାରିଥିଲେ ବୋଲି କହିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସଞ୍ଜୟ ନିରୁପମ୍ ଏକ୍ସରେ ଲେଖିଥିଲେ ଯେ, “ଲାଗୁଛି ଯେମିତି ଗତକାଲି ରାତିରେ ଦଳ ମୋର ଇସ୍ତଫା ପତ୍ର ପାଇବା ପରେ ମୋତେ ବହିଷ୍କାର କରିବାର ନିଷ୍ପତ୍ତି ନେଇଥିଲା। ଏତେ ତତ୍ପରତା ଦେଖି ଭଲ ଲାଗିଲା।
[ad_2]