ଖେଳ ଖବର

ସିଲି ପଏଣ୍ଟ୍‌: ରୋହିତଙ୍କୁ ସାନ୍ତ୍ବନା – Kalinga News

[ad_1]

କେକେଆର୍ ପତାକା ଗୋଟାଇଲେ ଶାହରୁଖ

ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକ ହାସଲ କରିଥିଲେ। ତଥାପି ମୁମ୍ବାଇ ଏହି ମ୍ୟାଚ୍‌କୁ ୨୦ ରନ୍‌ରେ ହାରି ଯାଇଥିଲା। ଅକ୍ଳାନ୍ତ ପରିଶ୍ରମ ଓ ପ୍ରଶଂସନୀୟ ପାଳି ଖେଳିବା ସତ୍ତ୍ବେ ନିଜ ଦଳକୁ ଜିତାଇ ପାରି ନଥିବାରୁ ରୋହିତ ନିରାଶ ହୋଇ ପ୍ୟାଭିଲିୟନ ଫେରୁଥିଲେ। ଠିକ୍ ସେହି ସମୟରେ ପୁରୁଣା ସାଥୀ ଓ ନେତା ମହେନ୍ଦ୍ର ସିଂହ ଧୋନି ତାଙ୍କୁ ସାନ୍ତ୍ବନା ଜଣାଇଥିଲେ। ଖାଲି ସାନ୍ତ୍ବନା ଜଣାଇ ନଥିଲେ, ବରଂ ପିଠି ଥାପୁଡ଼ାଇ ସାବାସୀ ଦେଇଥିଲେ। ରୋହିତ ମଧ୍ୟ ଧୋନିଙ୍କୁ ପାଖରେ ପାଇ ବେଶ୍ ଖୁସି ହୋଇଥିଲେ।

କୋଲକାତା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମ୍ୟାଚ୍‌ରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ମ୍ୟାଚ୍ ପରେ କୋଲକାତା ନାଇଟ୍ ରାଇଡର୍ସର ସହମାଲିକ ତଥା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ ତଳେ ପଡ଼ିଥିବା ନିଜ ଦଳର ପତାକାକୁ ଗୋଟାଇଥିଲେ। ଯାହା‌ କେକେଆର୍‌ ପ୍ରତି ଥିବା ତାଙ୍କ ଅସୀମ ଭଲପାଇବାକୁ ଦର୍ଶାଇଥିଲା। ଶାହରୁଖ୍ ପତାକା ଉଠାଉଥିବାର ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ରବିବାରର ଏହି ମ୍ୟାଚ୍‌ରେ ଶାହରୁଖଙ୍କ ସହ ତାଙ୍କ ଝିଅ ସୁହାନା, ପୁଅ ଅବରାମ୍ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଦର୍ଶକ ଗ୍ୟାଲେରିରେ ବସି ମ୍ୟାଚ୍ ଦେଖିଥିଲେ। କେକେଆର୍ ଖେଳାଳିମାନେ ମଧ୍ୟ ସେମାନଙ୍କୁ ନିରାଶ କରି ନଥିଲେ। ଲକ୍ଷ୍ନୌକୁ ହରାଇ ଶାହରୁଖ ଓ ତାଙ୍କ ପରିବାରବର୍ଗକୁ ପ୍ରତୀକ୍ଷିତ ବିଜୟ ଉପହ‌ାର ଦେଇଥିଲେ। ସୁହାନା ମଧ୍ୟ ମ୍ୟାଚ୍‌ର ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହୋଇ ଏହାର ଶୋଭା ବର୍ଦ୍ଧନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button