ଅପରାଧ

କାର୍‌ ଭିତରୁ ଯୁବକଙ୍କୁ ଟାଣି ଆଣି ରାସ୍ତା ମଝିରେ ନିର୍ଧୁମ ଛେଚିଲେ ଦୁର୍ବୃତ୍ତ, ଭାଇରାଲ୍‌ ହେଲା ଭିଡିଓ – Kalinga News

[ad_1]

ନୋଇଡ଼ା: ନୋଇଡ଼ାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ଅଟକି ରହିଥିବା ଏକ କାର୍‌ରୁ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇ କିଛି ଲୋକ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି।

ନୋଏଡା ସେକ୍ଟର ୧୨୬ ପୁଲିସ ଷ୍ଟେସନ ପରିସରରେ ଆମିଟି ୟୁନିଭରସିଟି ଗେଟ୍ ନଂ ୫ ନିକଟରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଭିଡିଓରେ, ଏକ ଦଳ ଫର୍ଚୁନର କାର ଭିତରୁ ଜଣେ ଯୁବକଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି। ସେମାନେ ରାସ୍ତା ମଝିରେ ଯୁବକ ଜଣଙ୍କୁ ବିଧା, ଗୋଇଠା ମାରିବା ସହ ପୀଡିତାଙ୍କୁ ଆଖିବୁଜା ନିର୍ଯାତନା ଦେଉଛନ୍ତି। ଆକ୍ରମଣ ସମୟରେ ପୀଡ଼ିତଙ୍କ ଜୋତା ମଧ୍ୟ ବାହାରକୁ ବାହାରି ରାସ୍ତାରେ ଛିନ୍ନଛତ୍ର ହୋଇ ପଡ଼ିଥିବାର ଭିଡିଓରେ ଦେଖିବାକୁ ମିଳିଛି।
ଅନ୍ୟ ଏକ ଭିଡିଓରେ, ଜଣେ ଯୁବତୀ ଉକ୍ତ ଫର୍ଚୁନର୍ କାରରୁ ଓହ୍ଲାଇ ସେହି ବ୍ୟକ୍ତିଙ୍କ ଜୋତା ଉଠାଇଥିବାର ନଜର ଆସିଛନ୍ତି। ସେ ଜୋତାକୁ କାର ଭିତରେ ରଖୁଛନ୍ତି। ତା’ପରେ ପୀଡ଼ିତ ଯୁବକ ଜଣକ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଉଠିକରି କାର୍‌ ଭିତରକୁ ଯାଉଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ବୋଲି ପୁଲିସ କହିଛି। ଏହାର ନମ୍ବର ପ୍ଲେଟକୁ ଚିହ୍ନଟ କରି ଗାଡିଟି ଚିହ୍ନଟ ହୋଇଥିବା ପୁଲିସ୍‌ ସୂଚନା ଦେଇଛି।

କାରରୁ ଟାଣି ଆଣି  କାହିଁକି ପୀଡ଼ିତଙ୍କୁ ଏତେ ‌ଲୋକ ନିର୍ଯାତନା ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପରେ ପୁଲିସ ପୀଡିତଙ୍କ ସହ ଯୋଗାଯୋଗ କରିଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button