ପ୍ରଚାରରେ ଯାଇଥିବା ବେଳେ ରାହୁଲଙ୍କ ହେଲିକପ୍ଟର ଯାଞ୍ଚ୍ କଲା ନିର୍ବାଚନ ଆୟୋଗ – Kalinga News

[ad_1]
ନୀଳଗିରିସ୍: ଲୋକସଭା ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପ୍ରଚାର ଏବେ ଜୋର୍ ଧରିଛି। ନେତାମାନେ ନିଜ ନିଜ ତରିକାରେ ପ୍ରଚାର କରି ଚାଲିଛନ୍ତି। ସୋମବାର ନିର୍ବାଚନ ଅଧିକାରୀମାନେ ପ୍ରଚାରରେ ବୁଲୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଡ଼ାଣ ଭରୁଥିବା ଏକ ହେଲିକପ୍ଟରକୁ ଯାଞ୍ଚ୍ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗାନ୍ଧୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେରଳର ୱାୟାନାଡ ଅଭିମୁଖେ ଯାଉଥିଲେ, ଯେଉଁଠାରେ ତାଙ୍କର ସାଧାରଣ ସଭା ସମେତ ଅନେକ କାର୍ଯ୍ୟକଳାପ ରହିଛି। ହେଲିକପ୍ଟର ଏଠାରେ ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ବାଡ୍ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଭିତରେ ପଶି ଖୋଳତାଢ଼ କରିବା ଆରମ୍ଭ କରି ଦେଇଥିଲେ ବୋଲି ସୂଚନା ରହିିଛି। ଆପଣ ଜାଣନ୍ତି ଯେ ରାହୁଲ କ୍ରମାଗତ ଭାବେ ୱାୟାନାଡରୁ ନିର୍ବାଚନ ଲଢୁଛନ୍ତି। ଏଥର ରାହୁଲ ଏପ୍ରିଲ୍ ୨୬ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୱାୟାନାଡାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ରାତିରେ ବିରତି ନେଇ ନିଜ ମନଫୁର୍ତ୍ତ କରିଥିବାର ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲିଥିଲା। ସେ ଏକ ମିଠା ଦୋକାନ ପରିଦର୍ଶନ କରିଥିଲେ। ମିଠା ଦୋକାନର ମାଲିକ ବାବୁ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଆସିବାର ଦେଖିଲେ ତ ଖୁବ୍ ଖୁସି ହୋଇଗଲେ। ପ୍ରଥମେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ରାହୁଲ ତାଙ୍କ ଦୋକାନରୁ ଏକ କିଲୋଗ୍ରାମ ଗୋଲାପ ଜାମୁନ୍ କିଣିବା କଥା ସେ କହିଛନ୍ତି।
[ad_2]