କଂଗ୍ରେସ: ଝୁଲିରହିଲା ମଧ୍ୟ, ଉତ୍ତର, ଖୋର୍ଦ୍ଧା: ବିବାଦ ଭୟ ନା ଆଉ କାହାକୁ ଅପେକ୍ଷା – Kalinga News

[ad_1]
ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ଭୁବନେଶ୍ବର ଲୋକସଭା ପରେ ଏହା ଅଧୀନ ୪ଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆହୁରି ୩ଟି ଆସନ ବାକି ରହିଥିଲେ ମଧ୍ୟ କଂଗ୍ରେସ ଏଥରକ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ନୂଆ ଚେହେରାଙ୍କୁ ମଇଦାନକୁ ଛାଡ଼ି ନିର୍ବାଚନ ବିଗୁଲ୍ ବଜାଇଛି ଦଳ। ଏହି ଲୋକସଭା କ୍ଷେତ୍ରର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଜଟଣୀରେ ନୂଆ ମୁହଁ ଭାବେ ଯୁବ ନେତା ସନ୍ତୋଷ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି। ଏକାମ୍ର ଭୁବନେଶ୍ବର ପାଇଁ ପ୍ରଶାନ୍ତ କୁମାର ଚମ୍ପତ୍ତିରାୟଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ଜୟନ୍ତ କୁମାର ଭୋଇ ଓ ବେଗୁନିଆ ପାଇଁ ପୃଥୀ ବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଚୟନ କରିପାରି ନାହିଁ ଦଳ। ଏହି ତିନିଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ସେଭଳି ବଡ଼ଧରଣର ବିବାଦ ନ ଥିଲେ ମଧ୍ୟ କେଉଁ କାରଣ ପାଇଁ ଦଳ ଏଠାରେ ଝୁଲାଇ ରଖିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିବାଦ ଭୟ ନା ଆଉ କାହାକୁ ଅପେକ୍ଷା
୪ଟି ନିର୍ବାଚନମଣ୍ଡଳୀରେ ନୂଆ ମୁହଁକୁ ପ୍ରାର୍ଥୀ କଲା
ଏଥର ୧,୪୩,୧୫୩ ଭୋଟ ଟପିବ ତ
୨୦୧୯ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଦେଇ ନ ଥିଲା। ବରଂ ଅନ୍ୟ ଦଳ ପ୍ରାର୍ଥୀକୁ ସମର୍ଥନ ଜଣାଇଥିଲା। ତା’ପରେ ମଧ୍ୟ କଂଗ୍ରେସ ଜଟଣୀରେ ବିଜୟ ବାନା ଉଡ଼ାଇଥିଲା। କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ୬୮ହଜାର ୮୪୧ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ। ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ୫୩ହଜାର ୧୩୦ ଖଣ୍ଡ ଭୋଟ ପାଇବା ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ତାଙ୍କର ଭୋଟହାର ୩୪% ରହିଥିଲା। ମାତ୍ର ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମାଟି କାମୁଡ଼ି ପଡ଼ିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଭୁବନେଶ୍ବର ଏକାମ୍ରରେ କଂଗ୍ରେସ ପ୍ରାର୍ଥୀଙ୍କୁ ୬,୭୮୦, ଖୋର୍ଦ୍ଧାରେ ୬,୪୬୭, ଭୁବନେଶ୍ବର ଉତ୍ତରରେ ୫,୧୮୯ ଓ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ୨,୭୪୬ ଖଣ୍ଡ ଭୋଟ ମିଳିଥିଲା। ଜୟଦେବରେ ୨୦୧୯ରେ ଲଢ଼େଇ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ମଇଦାନରୁ ବାହାରି ଯାଇଥିଲେ। ପ୍ରାର୍ଥିପତ୍ର ଯାଞ୍ଚ ସମୟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହେବାରୁ ଲଢ଼ିପାରି ନ ଥିଲେ। କଂଗ୍ରେସ ପ୍ରାର୍ଥୀ ୬ଟି ଯାକ ନିର୍ବାଚନମଣ୍ତଳୀରୁ ୧ ଲକ୍ଷ ୪୩ହଜାର ୧୫୩ ଭୋଟ ପାଇଥିଲେ।
ଭୁବନେଶ୍ବର ଉତ୍ତର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ ଆଶାୟୀଙ୍କ ସଂଖ୍ୟା ଅଧିକ ନାହିଁ। ଜଣେ ଦୁଇ ଜଣ ଆଶାୟୀ ରହିଥିଲେ ମଧ୍ୟ ଦଳ ଏଠାରେ ପ୍ରାର୍ଥୀ ଚୟନ କରିବାରେ ପଛରେ ପଡ଼ିଛି। ଯେତେବେଳେ କି ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ କରିବା ସହ ପ୍ରଚାର ରଣନୀତି ପ୍ରସ୍ତୁତ କରି ସାରିଲେଣି। ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀମାନେ ପଦଯାତ୍ରା ସହ କର୍ମୀ ସମ୍ମିଳନୀ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି। ଚା’ ଖଟିରେ ବସୁଛନ୍ତି। ସକାଳୁ ପାର୍କ ଭ୍ରମଣ କରୁଛନ୍ତି। ହେଲେ କଂଗ୍ରେସ ପ୍ରାର୍ଥୀ ନ ଥିବାରୁ ଦଳ କର୍ମୀମାନେ ଏବେ ନିରାଶ ହୋଇଗଲେଣି। ଯେଉଁମାନେ ଟିକେଟ୍ ପାଇବାକୁ ଆଶା ବାନ୍ଧି ରହିଥିଲେ ଆଜିର ଘୋଷଣା ପରେ ସେମାନଙ୍କ ମଧ୍ୟରେ ନିରାଶ ଭାବ ଛାଇଯାଇଛି। କାହା ଭରସା ନେଇ ପ୍ରଚାର କରିବେ? କେଉଁଠୁ ଅର୍ଥ ଆଣି ଖର୍ଚ୍ଚ କରିବେ? ଟିକେଟ୍ ମିଳିବ କି ନାହିଁ? ଏବେ ଯେଉଁ ଅର୍ଥ ଖର୍ଚ୍ଚ ହେବ ଦଳ ତାହାକୁ ଭରଣା କରିବ ନା ନାହିଁ? ଦିନ ଗଡ଼ୁଥିଲେ ମଧ୍ୟ ପ୍ରାର୍ଥୀ ଚୟନ ହେଉ ନ ଥିବାରୁ ସେମାନେ ଏବେ ଆଶା ଆଶଙ୍କାରେ ରହିଛନ୍ତି।
[ad_2]