ରାଜନୀତି

କଂଗ୍ରେସ ତାଲିକାରେ ଆଉ ୭୫ ନାଁ: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ – Kalinga News

[ad_1]

ଭଦ୍ରକରେ ପ୍ରାର୍ଥୀ ହେଲେ ଅସିତ, ବେଗୁନିଆରୁ ଲଢ଼ିବେ ପୃଥ୍ବୀବଲ୍ଲଭ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ୭୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ତେବେ ପୂର୍ବରୁ ଘୋଷିତ ୩ଟି ଆସନରେ ପ୍ରାର୍ଥୀଙ୍କୁ ବଦଳାଇ ଦିଆଯାଇଛି। ଏଯାଏ କଂଗ୍ରେସ ପକ୍ଷରୁ ୧୧୯ଟି ବିଧାନସଭା ଆସନ ଓ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବେ। ଗତ ଥର ମଧ୍ୟ ସେ ଏହି ଆସନରୁ ଲଢ଼ି କମ୍ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ତାଙ୍କ ପୁରୁଣା ଗଡ଼ ଆନନ୍ଦପୁରରେ ଲଢ଼ିବେ। ଭଦ୍ରକର ବିଜେଡି ନେତା ଅସିତ ପଟ୍ଟନାୟକ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରାଯାଇଛି। ସେ ସେଠାରେ ବିଜେଡିର ଭେଟେରାନ୍ ପ୍ରଫୁଲ୍ଲ ସାମଲଙ୍କୁ ମୁକାବିଲା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଜାନକୀଙ୍କ ପୁରୁଣା ଗଡ଼ ବେଗୁନିଆରେ ସେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ବିଜେଡି ଓ ବିଜେପି ପ୍ରାର୍ଥୀ ଏ ଯାଏ ଘୋଷଣା ହୋଇନାହିଁ। ତିନିଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ବଦଳାଇ ଦେଇଛି କଂଗ୍ରେସ। ତଲସରାରେ ପୂର୍ବରୁ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ଆଜି ତାଙ୍କ ବଦଳରେ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବାଲିଗୁଡ଼ାରେ ସୁରଦ ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଓ କବିସୂର୍ଯ୍ୟନଗରରେ ଚିରଞ୍ଜୀବୀ ବିଶୋଇଙ୍କ ବଦଳରେ ବିପିନ ବିହାରୀ ସ୍ବାଇଁଙ୍କୁ ପ୍ରାର୍ଥୀ କରାଯାଇଛି।

ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ
ଭଦ୍ରକରେ ପ୍ରାର୍ଥୀ ହେଲେ ଅସିତ, ବେଗୁନିଆରୁ ଲଢ଼ିବେ ପୃଥ୍ବୀବଲ୍ଲଭ
ତଳସରା, ବାଲିଗୁଡ଼ା, କବିସୂର୍ଯ୍ୟନଗରରେ ପ୍ରାର୍ଥୀ ବଦଳିଲେ

ଆଳିରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ଏଥର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ସେ ବିଜେଡିର ପ୍ରତାପ ଦେବ ଓ ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ମୁକାବିଲା କରିବେ। ସେହିପରି ଢେଙ୍କାନାଳରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ବୋହୂ ସୁସ୍ମିତା ସିଂହଦେଓ କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇବେ। କେନ୍ଦୁଝରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଓ ତାଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାଏକ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ। ଆଜି ପ୍ରତିଭାଙ୍କୁ କଂଗ୍ରେସ କେନ୍ଦୁଝରରେ ପ୍ରାର୍ଥୀ କରିଛି। ପାଟନାରେ ପୂର୍ବତନ ବିଧାୟକ ହୃଷିକେଶ ନାଏକ ପ୍ରାର୍ଥୀ ହୋଇଛନ୍ତି। ମେ’ ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କଂଗ୍ରେସର ୫ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ଥିଲା। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ବାକି ଥିବା ୪ଟି ଆସନ ମଧ୍ୟରୁ ବ୍ରହ୍ମପୁର ଓ ଦିଗପହଣ୍ଡିରେ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଗୋପାଳପୁର ଓ ଛତ୍ରପୁର ଆସନ ବାକି ରହିଯାଇଛି। ଏହା ବାଦ୍‌ ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଦଳ ଛାଡ଼ିଦେଲା ପରେ ସେଠାରେ ପ୍ରାର୍ଥୀ ଘୋଷଣା ହୋଇ ନଥିଲା। ଖରିଆର ପ୍ରାର୍ଥୀ ଭାବେ କମଳ ଚରଣ ତାଣ୍ଡିଙ୍କ ନାମ ଆଜି ଘୋଷଣା କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button