ମନୋରଞ୍ଜନ

ଜନତାଙ୍କ ସ୍ବାର୍ଥକୁ ସମର୍ଥନ କରୁଥିବା ଦଳକୁ ମୁଁ ସମର୍ଥନ କରେ – Kalinga News

[ad_1]

ବନ୍ଦନା ମିଶ୍ର୍ର

ଓଲିଉଡ୍‌ର ଦୁଇ ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ସୁପୁତ୍ର ବାବୁସାନ୍ ‘ରୋମିଓ ଦ ଲଭର୍‌ ବୟ’ ଜରିଆରେ ସିନେଶିଳ୍ପରେ ପାଦ ଦେଇଥିଲେ। ‌ସେବେଠାରୁ ନିରବଚ୍ଛିନ୍ନ ଭାବେ ଜାରି ରହିଛି ତାଙ୍କର ଅଭିନୟ ଧାରା। ପ୍ରାୟ ୪୦ରୁ ଅଧିକ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନରେ ରାଜ୍‌ କରୁଛନ୍ତି ସେ । ବାବୁସାନ୍ କେବଳ ଜଣେ ଭଲ ଅଭିନେତା ନୁହନ୍ତି, ସୁଗାୟକ ମଧ୍ୟ। ଉଭୟ ପ୍ରତିଭା ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ସଂପ୍ରତି ରଜରେ ମୁକ୍ତିଲାଭ କରିବାକୁ ଯାଉଛି ତାଙ୍କ ଅଭିନୀତ ଓଡ଼ିଆ ଛବି ‘ପାବାର’। ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ବାବୁସାନ୍‌ଙ୍କ ସହ ସ୍ବତନ୍ତ୍ର ଆଳାପ।

ଦମନ’ ଆପଣଙ୍କର ଏକ ବଡ଼ ହିଟ୍‌। ଏହା ହିନ୍ଦୀ ସମେତ ଏକାଧିକ ଭାଷାକୁ ରୂପାନ୍ତରିତ ମଧ୍ୟ ହୋଇଥିଲା। ଆପଣଙ୍କ ଅଭିନୀତ ଏପରି ଆଉ କେଉଁ ସିନେମା ଅଛି ଯାହା ଆପଣଙ୍କୁ ‘ଦମନ’ଠାରୁ ବି ବେଶି ଭଲ ଲାଗିଛି?
‘ଦମନ’ ବହୁତ ସ୍ବତନ୍ତ୍ର ମୋ ପାଇଁ। ମାତ୍ର ଏମିତି ଅନେକ ଫିଲ୍ମ ଅଛି ଯେଉଁଥିରୁ ମୁଁ ବହୁତ କିଛି ଶିଖି ପାରିଛି। ‘ଚକୋଲେଟ୍‌’, ‘ସିଷ୍ଟର୍‌ ଶ୍ରୀଦେବୀ’, ‘ଲେଖୁ ଲେଖୁ ଲେଖିଦେଲି’ ପରି ଅନେକ ସିନେମା ମୋ ହୃଦୟର ସ୍ବତନ୍ତ୍ର ସ୍ଥାନରେ ଅଛନ୍ତି।

ରଜରେ ରିଲିଜ୍‌ ହେବାକୁ ଯାଉଛି ଆପଣଙ୍କ ଫିଲ୍ମ ‘ପାବାର’। ଦଶହରା ପାଇଁ କିଛି ଯୋଜନା ଅଛି କି?
ର‌ଜରେ ‘ପାବାର’ ଆସିବ ବୋଲି ପୂରା ପ୍ରଯୋଜନା ସଂସ୍ଥା ଓ ମୋର ପିଆର୍‌ ଟିମ୍‌ ଲାଗିଛି । ଏହା ରିଲିଜ୍‌ ହୋଇଗଲା ପରେ ଆମେ ଦଶହରା କଥା ଚିନ୍ତା କରିବୁ। ଗୋଟିଏ ସମୟରେ ଗୋଟିଏ କାମ ଉପରେ ଧ୍ୟାନ ଦେଉଛି।

ଆପଣଙ୍କ ମାଆ ବିଜେପିରେ ଅଛନ୍ତି ଓ ବାପା ବିଜେଡିରେ। ଆପଣ ବ୍ୟକ୍ତିଗତ ଭାବେ କେଉଁ ଦଳକୁ ସମର୍ଥନ କରନ୍ତି?
ବ୍ୟକ୍ତିଗତ ଭାବେ ମୁଁ ସେହି ଦଳକୁ ସମର୍ଥନ କରେ ଯେଉଁ ଦଳ ସବୁବେଳେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ସମର୍ଥନ କରେ, ଯୁବ ଓ ମହିଳା ସଶକ୍ତୀକରଣକୁ ସମର୍ଥନ କରେ, ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶକୁ ସମର୍ଥନ କରେ। ସବୁକିଛି ପ‌ରେ ମୁଁ ଜଣେ ସାଧାରଣ ମତଦାତା।

ବ୍ୟକ୍ତିଗତ ଭାବେ ମୁଁ ସେହି ଦଳକୁ ସମର୍ଥନ କରେ ଯେଉଁ ଦଳ ସବୁବେଳେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ସମର୍ଥନ କରେ, ଯୁବ ଓ ମହିଳା ସଶକ୍ତୀକରଣକୁ ସମର୍ଥନ କରେ, ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶକୁ ସମର୍ଥନ କରେ। ସବୁକିଛି ପ‌ରେ ମୁଁ ଜଣେ ସାଧାରଣ ମତଦାତା।

ଏକଥା ସମସ୍ତେ ଜାଣନ୍ତି ଯେ ବାବୁସାନ୍‌ ତାଙ୍କ ମାଆଙ୍କୁ ଖୁବ୍‌ ଭଲପାଆନ୍ତି। ଅପରାଜିତା ମ୍ୟାଡାମ୍‌ଙ୍କୁ ନେଇ ପିଲାଦିନର କିଛି ବିଶେଷ ସ୍ମୃତି ପାଠକଙ୍କ ସହ ବାଣ୍ଟିବେ କି?
ସ୍ମୃତି ବହୁତ ଅଛି ମାଆଙ୍କ ସହ। ମାତ୍ର ଏତିକି କହିବି କି, ସେ ଚାହୁଁ ନ ଥିଲେ ମୁଁ ଅଭିନେତା ହୁଏ ବୋଲି। ସେ ମୋତେ ପିଲାଟି ଦିନରୁ ଶାସ୍ତ୍ରୀୟ ସଂଗୀତ ପ୍ରଶିକ୍ଷଣ ଦେଉଥିଲେ। ମୋତେ ଯେତେବେଳେ ଅଭିନେତା ହେବା ଲାଗି ଅଫର୍‌ ଆସିଲା ତ ସମସ୍ତେ ମନାକଲେ। କିନ୍ତୁ, ସିଏ ହିଁ ସାହସ ଦେଇଥିଲେ। ମୋ ବାପା ମୋତେ ଖୁବ୍ ସମର୍ଥନ କରିଛନ୍ତି। ମାତ୍ର ତାଙ୍କ ମନରେ ଏକ ଛୋଟିଆ ସନ୍ଦେହ ଥିଲା ଯେ, ମୁଁ ପାରିବି କି ନାହିଁ।

ପତ୍ନୀ ତୃପ୍ତିଙ୍କ ସହ ଆପଣଙ୍କର ପ୍ରେମ ବିବାହ ହୋଇଥିଲା। ତାଙ୍କର କେଉଁ ଗୁଣ ଆପଣଙ୍କୁ ବେଶି ଆକୃଷ୍ଟ କରେ?
ତୃପ୍ତିିଙ୍କ ବିଷୟରେ ସବୁଠାରୁ ସୁନ୍ଦର କଥାଟି ହେଉଛି ସେ ମୋତେ ଜଣେ ମଣିଷ ଭାବରେ ବହୁତ ଭଲ ଭାବେ ବୁଝନ୍ତି। ‌ଜଣେ ପତ୍ନୀ ଓ ମୋ ପିଲାର ମାଆ ହେବା ବ୍ୟତୀତ ସେ ମୋର ବହୁତ ଭଲ ବନ୍ଧୁ।

ସୁପର୍‌ଷ୍ଟାର୍‌ ଉତ୍ତମ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ବୋଲି ଆପଣଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ସୃଷ୍ଟି କରିବାରେ ଟିକେ ଅଧିକ ସହଜ ହେଲା କି?
ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ ହିସା‌ବରେ ଇଣ୍ଡଷ୍ଟ୍ରିରେ ପ୍ରବେଶ ସହଜ ହୋଇଗଲା। ମାତ୍ର ବାବୁସାନ୍‌ ମହାନ୍ତି ହେବା ପାଇଁ ସମୟ ଲାଗିଲା।

ଜଣେ ଅଭିନେତା ହେବା ସହ ଆପଣ ଜଣେ ଭଲ ଗାୟକ ମଧ୍ୟ। କେଉଁ ଓଲିଉଡ୍‌ କଣ୍ଠଶିଳ୍ପୀ ଆପଣଙ୍କର ପ୍ରିୟ?
ଜଣଙ୍କ ନାଁ ନେଲେ ଭୁଲ୍‌ ହେବ। ବହୁତ ଜଣ ଭଲ ଗାଆନ୍ତି। ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ ଖୁବ୍ ଭଲ ଲାଗନ୍ତି। ଏବେକା ସମୟର ହ୍ୟୁମାନ୍‌, ସ୍ବୟମ୍‌, ଅସୀମା, ଅନନ୍ୟା ଓ ଅନ୍ତରାଙ୍କ ଗାୟକୀ ଭଲ ଲାଗେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button