ମନୋରଞ୍ଜନ

କୁହୁଡ଼ିର ସୁଟିଂ ସରିଲା – Kalinga News

[ad_1]

ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘କୁହୁଡ଼ି’ର ସୁଟିଂ ଶେଷ ହୋଇଛି। ମାର୍ଚ ପ୍ରଥମ ସପ୍ତାହରେ ଏହାର ସୁଟିଂ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା। ଏଥିଲାଗି ରାଜଧାନୀର ଟଙ୍କପାଣି ରୋଡ୍‌ରେ ଏକ ଅଦାଲତର ସେଟ୍ ନିର୍ମାଣ କରାଯାଇଥିଲା। ପରେ ଏହାର ଅନ୍ୟାନ୍ୟ ସୁଟିଂ କଟକ ଓ ରମ୍ଭାର ବିଭିନ୍ନ ଲୋକେସନ୍‌ରେ କରାଯାଇଥିଲା। ଏହାଛଡ଼ା, ଫିଲ୍ମର ଦୁଇଟି ଗୀତଦୃଶ୍ୟର ସୁଟିଂ ଶିମ୍‌ଲାଠାରେ ମଧ୍ୟ ହୋଇଛି। ଏହି ଗୀତ ଦୁଇଟି ସିନେମାର ଦୁଇ ନାୟକନାୟିକା ଯୋଡ଼ି ଅନୁଭବ-ସୁପ୍ରିୟା ଓ ଦ୍ବୀପନ୍ବିତ-ପ୍ରକୃତିଙ୍କ ଉପରେ ଫିଲ୍ମାୟନ କରାଯାଇଛି। ଏନେଇ ‘କୁହୁଡ଼ି’ର ନିର୍ଦ୍ଦେଶକ ଅଜୟ ପାଢ଼ୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଫିଲ୍ମର ପୋଷ୍ଟ୍‌ ପ୍ରଡକସନ୍ କାମ ବି ଜାରି ରହିଛି।

ଏହାର କାହାଣୀ ନିର୍ଦ୍ଦେଶକ ଅଜୟ ପାଢ଼ୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ମାନସ ପଢ଼ିଆରୀ ଓ ଅମିତ କୁମାର ଦାସ। ଅନୀଲ ଅତି ଏହାର ସିନେମାଟୋଗ୍ରାଫର୍। ସୋମେଶ ଶତପଥୀ ଏହି ସିନେମାର ସ୍ବର ସଂଯୋଜନା ଦାୟିତ୍ବରେ ଅଛନ୍ତି। ‘କୁହୁଡ଼ି’ର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ କୁନା ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଦାସ ଓ ସୁକୁମାର ଟୁଡୁ। ଏହାଛଡ଼ା, ଜଣେ ଶିଶୁ କଳାକାରଙ୍କୁ ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହା ରଜ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button