ରାଜନୀତି

ବିଏସ୍‌କେୱାଇ ବନ୍ଦ କରିବାକୁ ଧର୍ମେନ୍ଦ୍ର ଷଡ଼୍‌ଯନ୍ତ୍ର କରୁଛନ୍ତି: ବିଜେଡି – Kalinga News

[ad_1]

କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ପାଇଁ ଅବଦାନ ଶୂନ

ଭୁବନେଶ୍ବର: ଆଜି ଢେଙ୍କାନାଳ ଓ ଅନୁଗୁଳରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସ୍‌କେୱାଇ ଯୋଜନାକୁ ଟାର୍ଗେଟ୍ କରି କହିଥିଲେ ଯେ ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯାଉନି। ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସ୍‌କେୱାଇକୁ ବନ୍ଦ କରିବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ଜବାବ ଦେଇ ସାଂସଦ ଶ୍ରୀ ପାତ୍ର କହିଛନ୍ତି ଯେ ଶ୍ରୀ ପ୍ରଧାନ ୧୦ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ବି ଓଡ଼ିଶା ପ୍ରତି ଅବଦାନ ଶୂନ। ସାରା ରାଜ୍ୟ କଥା ଛାଡ଼ନ୍ତୁ ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି, ତା’ର ହିସାବ ଦେବାକୁ ସେ ପଛଘୁଞ୍ଚା ଦିଅନ୍ତି। ଏବେ ନିଜର ବିଫଳତାକୁ ଲୁଚାଇବାକୁ ସେ ମିଛ କହିବା ଆରମ୍ଭ କରିଛନ୍ତି। ଯାହା ତାଙ୍କ ମୁହଁରେ ଆଦୌ ଶୋଭା ପାଉନାହିଁ।

ଏହାସହ ସେ କହିଛନ୍ତି ଯେ ଦେଶରେ ବିଏସ୍‌କେୱାଇ ଏକ ଶ୍ରେଷ୍ଠ ଯୋଜନା। ଏଥିରେ ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ। ହେଲେ ଏହାକୁ ବନ୍ଦ କରିବାକୁ ଶ୍ରୀ ପ୍ରଧାନ ରୀତିମତ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି। ସାଧାରଣ ଗରିବ ଲୋକଟିଏ ମାଗଣାରେ ଚିକିତ୍ସା ପାଇଲେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ଶ୍ରୀ ପ୍ରଧାନ ଯଦି ଭାବୁଛନ୍ତି ବିଏସ୍‌କେୱାଇ ଯୋଜନା ଓଡ଼ିଶାବାସୀଙ୍କ ପାଇଁ ଖରାପ ତେବେ ସେ ନିଜ ଦଳର ଇସ୍ତାହାରରେ ୧ନମ୍ବର ପଏଣ୍ଟରେ କୁହନ୍ତୁ ଏହି ଯୋଜନାକୁ ବନ୍ଦ କରିଦେବେ। ଥରେ ଏହି ପ୍ରତିଶ୍ରୁତି ଦେଇ ଦେଖନ୍ତୁ, ଓଡ଼ିଶାବାସୀ ତା’ର ଉଚିତ ଜବାବ ଦେବେ। ଏହାସହ ସେ କହିଛନ୍ତି, କେନ୍ଦ୍ରରେ ୧୦ବର୍ଷ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌-୫୫ର କାମ ସାରି ପାରିଲେ ନାହିଁ। ଆମେ ଆଶା କରୁଛୁ ,ଆଜି ସେହି ରାସ୍ତା ଦେଇ ଶ୍ରୀ ପ୍ରଧାନ ଯାଇଥିବେ ଏବଂ ନିଜର ବିଫଳତାକୁ ଅନୁଭବ କରିଥିବେ। ଏହି ରାଜପଥରେ ପ୍ରତିଦିନ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଓ ଦୁର୍ଘଟଣାରେ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଯିଏ ସାମାନ୍ୟ ରାସ୍ତା କାମଟିଏ ସାରି ପାରିଲେ ନାହିଁ, ସେ ଏବେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ତୁଚ୍ଛା ଭାଷଣ ମାରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button