ରାଜନୀତି

ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ କଂଗ୍ରେସର ଆନ୍ଦୋଳନ ଚେତାବନୀ  – Kalinga News

[ad_1]

ଭଦ୍ରକ: ସହରର ରାସ୍ତାଘାଟ ଅତ୍ୟନ୍ତ ଦୟନୀୟ। ମୁଖ୍ୟରାସ୍ତା ହେଉ କି ବିଭିନ୍ନ ଓ୍ଵାର୍ଡର ରାସ୍ତାଘାଟ ହେଉ ସମସ୍ତ ରାସ୍ତା ଆଉ ରାସ୍ତା ଅବସ୍ଥାରେ ନାହିଁ। ଏହାକୁ ମରାମତି କରାଯାଉ ନଥିବାରୁ କଂଗ୍ରେସ ଉଦ୍‌ବେଗ ପ୍ରକଟ କରିଛି। ଏହା ଛଡ଼ା ସହରର ଅନତି ଦୂରରେ ଏବେ ନୂଆ ମେଡ଼ିକାଲ ସ୍ଥାପନ ହୋଇଛି। ମାତ୍ର ଏହି ମେଡ଼ିକାଲକୁ ଯିବା ପାଇଁ ସଭିର୍ସ୍ ରୋଡ଼ ମଧ୍ୟ ନାହିଁ। ରୋଗୀମାନେ ଦୟନୀୟ ହୋଇ ବିପଦପୂର୍ଣ୍ଣ ରାସ୍ତା ରାଜପଥ ଉପରେ ଏବଂ ରାଜପଥ ପାର ହୋଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।

ନଳାଙ୍ଗଠାରେ ସ୍ଥାପିତ ଭଦ୍ରକ କୋର୍ଟକୁ ଶହଶହ ଓକିଲଙ୍କ ସମେତ ପ୍ରତ୍ୟହ ହଜାର ହଜାର ଲୋକ ଯାଉଛନ୍ତିି। ମାତ୍ର ଏଠାକୁ ଯିବାକୁ ହେଲେ ରାଜପଥ ହିଁ ପ୍ରମୁଖ ମାଧ୍ୟମ। ଏଠାକୁ ଯାତାୟତ ପାଇଁ ସଭିର୍ସ ରୋଡ୍‌ ଆବଶ୍ୟକତା ଜରୁରୀ। ଭଦ୍ରକ ସହରର ପ୍ରମୁଖ ସ୍ଥାନ ହେଉଛି ବନ୍ତଛକ। ଆରଡି ଛକ ପର୍ଯ୍ୟନ୍ତ ଯାଇଥିବା ସଭିର୍ସ୍ ରୋଡ଼ ପାର୍ଶ୍ବରେ ରହିଛି ନେହେରୁ ଷ୍ଟାଡ଼ିୟମ। ଏହି ଷ୍ଟାଡ଼ିୟମରେ ସରକାରୀସ୍ତରରେ ପ୍ରାୟତଃ ସବୁ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେହି ସମୟରେ ବନ୍ତଛକଠାରୁ ଟ୍ରାଫିକ ବନ୍ଦ କରାଯାଉଥିବାରୁ ଲୋକେ ଯିବା ଆସିବା କରିବା ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ସେହିପରି ଏହି ସଭିର୍ସ୍ ରୋଡ଼ ଦେଇ ଫେକର ପାଓ୍ଵାର ପ୍ଲାଣ୍ଟକୁ କଞ୍ଚାମାଲ ଟ୍ରକ୍ ଯୋଗେ ପରିବହନ ହେଉଛି। ଫଳରେ ବହୁ ସମୟରେ ଦୁର୍ଘଟଣା ଘଟି ପ୍ରାଣହାନୀ ହେଉଛି। ଯଦି ନଳାଙ୍ଗ ଓ ଗେଲପୁର ମଧ୍ୟ ଅଞ୍ଚଳରୁ ଏକ ରାସ୍ତା ଜମି ଅଧିଗ୍ରହଣ କରାଯାଇ ରାନ୍ଦିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲେ ଏହି ଦୁର୍ଘଟଣା ଏବଂ ଭୀଡ଼କୁ ଏଡ଼ାଇ ଦିଆଯାଇ ପାରିବ। ଏହା ବ୍ୟତୀତ ବନ୍ତଛକରେ ଏକ ବଡ଼ ଟ୍ରାଫିକ୍ ସର୍କଲ କରାଯିବାକୁ କଂଗ୍ରେସର ଜିଲ୍ଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହାଛଡ଼ା ଚରମ୍ପା ଏଲିସ୍‌ ୧୧୯ ଫ୍ଲାଏ ଓଭରବ୍ରିଜର ଆପ୍ରୋଚ୍ ସଭିର୍ସ୍ ରୋଡ ତୁରନ୍ତ କରାଯିବା ସହିତ ଏନ.ଏଚ. ୧୬ରୁ ଗୁଣ୍ଠୁଣିଆ ବଜାର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରିବାକୁ ଶ୍ରୀ ରାୟମହାପାତ୍ର ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ନଗର ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବା ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button