ଆଇପିଏଲ୍ ନିୟମ ଆଣିଛି ବିପ୍ଳବ – Kalinga News
[ad_1]
ନୂଆଦିଲ୍ଲୀ: ଆଇପିଏଲ୍ରେ ଲାଗୁ ହୋଇଥିବା ଇମ୍ପାକ୍ଟ ପ୍ଲେୟର୍ ନିୟମ ଏହି ଫଟାଫଟ୍ କ୍ରିକେଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଗତ ଋତୁଠାରୁ ଏହା ଲାଗୁ ହୋଇଥିଲେ ମଧ୍ୟ ଏଥର ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ମୁକାବିଲା ଗୁଡିକ ଏକପ୍ରକାର ୧୨-୧୨ ଜଣିଆ ପାଲଟିଯାଇଛି। ପ୍ରଥମ ୨୫ ମ୍ୟାଚ୍ ସୁଦ୍ଧା ମିଳିଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ପ୍ରଥମ ପାଳିର ହାରାହାରି ରନ୍ ୧୮୯ ରନ୍କୁ ଫୁଲିଯାଇଛି। ଗତବର୍ଷ ଏହି ସମୟର ହାରାହାରି (୧୮୪)ଠାରୁ ଏହା ଅଧିକ ୫ ରନ୍ ହୋଇଛି। ମ୍ୟାଚ୍ର ୩ ପାୱାର ପ୍ଲେ ପର୍ଯ୍ୟାୟରେ ମଧ୍ୟ ସମାନ ଭାବେ ସ୍କୋରିଂ ରେଟ୍ ବଢ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ-୧ରୁ ୬ ଓଭରରେ ୯.୦୩, ମଧ୍ୟ (୭ରୁ ୧୫ ଓଭର)ରେ ୮.୬୩ ଏବଂ ଡେଥ୍ (୧୬ରୁ ୨୦ ଓଭର)ରେ ଏହା ୧୧.୨୨ ରେଟ୍ରେ ଚାଲିଛି। ଗତ ଋତୁର ଏହି ସମୟ ବେଳକୁ ସମସ୍ତ ୩ ପାୱାର ପ୍ଲେ ପର୍ଯ୍ୟାୟରେ ମଧ୍ୟ ଏହା ସର୍ବାଧିକ। ଚଳିତ ଋତୁରେ ମଧ୍ୟ ଆଇପିଏଲ୍ ଇତିହାସରେ ଅଦ୍ୟାବଧି ୨ଟି ସର୍ବୋଚ୍ଚ ସ୍କୋର୍ ହୋଇସାରିଛି। ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦ ୨୭୭ ରନ୍ ଏବଂ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ୨୭୨ ରନ୍ କରିଛି। ପୂର୍ବ ରେକର୍ଡ (୨୬୩) କ୍ରିସ୍ ଗେଲଙ୍କ ୧୭୫ ରନ୍ ବଳରେ ଆର୍ସିବି ନାମରେ ପ୍ରାୟ ଏକ ଦଶନ୍ଧି ଧରି ରହିଥିଲା। ଏବର ଦୁଇ ସର୍ବୋଚ୍ଚ ସ୍କୋର୍ କିନ୍ତୁ କୌଣସି ବ୍ୟକ୍ତିଗତ ଶତକ ବିନା ସମ୍ଭବ ହୋଇଛି। ଏପରିକି ବିନା ଅର୍ଦ୍ଧଶତକରେ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ କରିଥିବା ୨୩୪ ରନ୍ ଏକ ଆଇପିଏଲ୍ ରେକର୍ଡ କରିଛି।
ଚଳିତ ସଂସ୍କରଣରେ ସେହି ୨୫ ମ୍ୟାଚ୍ ସୁଦ୍ଧା ୧୭ଟି ମୋଟ ରହିଛି ୧୯୦ରୁ ଉପରେ। ହାରାହାରି ବ୍ୟକ୍ତିଗତ ପାଳି ସ୍କୋର୍ ହେଉଛି ୬୭, ଯାହାକି ଗତବର୍ଷ ତୁଳନାରେ ୩ କମ୍। ସେହିଭଳି ସବୁଠାରୁ ବଡ଼ ବିପଦରେ ରହିଛି ଛକା ରେକର୍ଡ। ବିଗତ ୩ ବର୍ଷ ହେବ କ୍ରମାଗତ ଭାବେ ଛକା ରେକର୍ଡ ୧୦୦୦ ଟପିଯାଇଥିଲା। ଏବେ ଏକ ତୃତୀୟାଂଶ ମ୍ୟାଚ୍ ସୁଦ୍ଧା ଏହା ୪୩୬ଟି ସହ ୧୮ ଛକା ଆଗରେ ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତନ ହେଉଛି ଭ୍ରମଣକାରୀ ଦଳକୁ ଅଧିକ ସଫଳତା ମିଳୁଛି। ୨୦୨୧ ଓ ୨୦୨୨ରେ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ପରେ ଗତବର୍ଷଠାରୁ ଏହା ଘର-ବାହାର ସୂଚୀକୁ ଫେରିଥିଲା। ପ୍ରଥମ ୨୫ ମ୍ୟାଚ୍ ସୁଦ୍ଧା ଘରୋଇ ଭ୍ରମଣକାରୀ ଦଳ ୧୪ ଓ ଘରୋଇ ଦଳ ୧୧ ଜିତିଛନ୍ତି। ୫ରୁ କମ୍ ରନ୍ ଏବଂ ୩ରୁ କମ୍ ୱିକେଟ୍ ବ୍ୟବଧାନ ସହିତ ଶେଷ ଓଭରରେ ଫଳାଫଳ ବାହାରିବା ମଧ୍ୟ ବଢ଼ିଛି। ସ୍ପିନରଙ୍କ ପ୍ରଭାବ କମିଛି। ପ୍ରଥମ ୨୫ ମ୍ୟାଚ୍ ସୁଦ୍ଧା ଗତବର୍ଷ ସ୍ପିନର୍ ୧୩୪ ୱିକେଟ୍ ନେଇଥିବାବେଳେ ଏଥର ୭୩ରେ ସୀମିତ ରହିଛି। ଅବଶ୍ୟ ୟୁଝବେନ୍ଦ୍ର ଚହଲ ୧୦ ୱିକେଟ୍ ସହ ମିଳିତ ଶୀର୍ଷରେ ଯଶପ୍ରୀତ୍ ବୁମରାଙ୍କ ସହ ରହିଛନ୍ତି।
[ad_2]