ମନୋରଞ୍ଜନ

ବଲିଉଡ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ; ଜାଣନ୍ତୁ କାହିଁକି ଏଭଳି କହିଲେ ବିଦ୍ୟା – Kalinga News

[ad_1]

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ। ସବୁବେଳେ ନିଜ ଫିଲ୍ମ ଓ ଆଇକନିକ୍ ଚରିତ୍ର ପାଇଁ ଚର୍ଚ୍ଚାରେ ରହୁଥିବା ବିଦ୍ୟା ବାଲାନ ଏବେ ବଲିଉଡକୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ବର୍ଷ ହେବ ପ୍ରିୟାପ୍ରୀତି ତୋଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି କାରଣରୁ ଅନେକ କଳାକାର ବଲିଉଡରେ କାମ ପାଉନାହାନ୍ତି ବୋଲି କୁହାଯାଏ। ସବୁ କାମ ବଲିଉଡ କଳାକାରଙ୍କ ପିଲାଙ୍କୁ ମିଳୁଥିବା ଅଭିଯୋଗ ହୋଇଆସିଛି।

ଏହି ପ୍ରସଙ୍ଗକୁ ନେଇ ଅନେକ ନିଜର ଭିନ୍ନ ଭିନ୍ନ ମତ ରଖିଥିବା ବେଳେ ବିଦ୍ୟା ନିଜର ଭିନ୍ନ ମତ ରଖିଛନ୍ତି। ଅନେକ କଳାକାର କହିସାରିଛନ୍ତି ଯେ, ବଲିଉଡରେ ପ୍ରିୟାପ୍ରୀତି ତୋଷଣ ରହିଛି। ଏହାର ପ୍ରଭାବ ଅନେକ ନବାଗତାଙ୍କ ଉପରେ ପଡ଼ିଛି। ହେଲେ ବିଦ୍ୟା ଏକ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରିୟାପ୍ରୀତି ତୋଷଣ ଥାଉ କି ନଥାଉ। ମୁଁ ଏଠାରେ ଅଛି। ଏଇଟା କାହା ବାପାର ଇଣ୍ଡଷ୍ଟ୍ରି ନୁହେଁ। ଯଦି ସେଭଳି ହୋଇଥାନ୍ତା ତେବେ ସବୁ ବାପାର ପୁଅ ଓ ଝିଅ ସଫଳ ହୋଇଥାନ୍ତେ। ମୁଁ ତିନି ବର୍ଷ ଧରି ଅନେକ ସମସ୍ୟାର ସାମ୍ନା କରିଥିଲି। କୌଣସି କାମ ନମିଳିବାର ଅନୁଭବ ଏତେ ଶକ୍ତିଶାଳୀ ଥିଲା ଯେ, ମୁଁ ଭାଙ୍ଗିପଡ଼ିଥିଲି। ଅଭିନୟ ଜାରି ରଖିବି କି ନାହିଁ ବୋଲି ମଧ୍ୟ ମୁଁ ଚିନ୍ତା କରିଥିଲି। ହେଲେ ଶେଷରେ ମୁଁ ହାର୍ ନମାନି ସମୟ ସହ ଆଗକୁ ବଢ଼ିଥିଲି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button