ଦେଶ- ବିଦେଶ

୧୭ ଭାରତୀୟ ଥିବା ଇସ୍ରାଏଲ ସହ ଜଡ଼ିତ ଏକ ଜାହାଜକୁ ଜବତ କଲା ଇରାନ – Kalinga News

[ad_1]

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ସହ ଯୁଦ୍ଧ ଲାଗି ରହିଥିବାବେଳେ ଇରାନ ଏବେ ପୁଣି ଇସ୍ରାଏଲ ଉପରେ ଦାଉ ସାଧୁଛି। ଇରାନର ଏକ ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିବାପରେ ଇରାନ ଏହାର କଡ଼ା ଜବାବ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଏଥିପାଇଁ ଇରାନ ଆଜି ଇସ୍ରାଏଲ ସହ ଜଡ଼ିତ ଏକ ଜାହାଜକୁ ଜବତ କରିନେଇଛି ଏବଂ ଏହି ଜାହାଜରେ ୧୭ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ୟୁଏଇ ଉପକୂଳରୁ ଇସ୍ରାଏଲ ସହ ଜଡ଼ିତ ଜାହାଜକୁ ଇରାନ ଜବତ କରିନେଇଛି। କୂଟନୈତିକ ଉପାୟରେ ଭାରତ ଇରାନ ସହ ଯୋଗାଯୋଗରେ ରହିଛି। ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବାପାଇଁ ଭାରତ ଇରାନ ସହ ଯୋଗାଯୋଗରେ ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଇରାନନ ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ ଏମଏସସି ଏରିଜକୁ ସିଜ୍ କରିଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button